ରୁବେନଙ୍କ ବହିକୁ ନେଇ ତେଜିଲା ରାଜନୀତି

ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡ଼ିରେ କମ୍ପନ । ବହିରେ ଥିବା ତଥ୍ୟକୁ ପ୍ରତ୍ୟାଖ୍ୟାନ କଲା ବିଜେଡ଼ି । ଦଳ ତରଫରୁ official statement ରଖିଛନ୍ତି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଦୀର୍ଘ ବର୍ଷ ହେବ ନବୀନ ପଟ୍ଟନାୟକଙ୍କୁ ଭେଟି ନାହାଁନ୍ତି ରୁବେନ ବାନାର୍ଜୀ ।ଚା’ ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ବହିରେ ଉଲ୍ଲେଖ କରିଛନ୍ତି।ନିର୍ବାଚନ ବେଳେ ନବୀନଙ୍କ ବିରୋଧରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉଥିଲା।

ଆଣ୍ଟି ବିଜେଡି ଓ ନବୀନ ବିରୋଧୀଙ୍କ ସହ ଆଲୋଚନା ପରେ ବହି ଲେଖିଛନ୍ତି। ଆମେ ବହିକୁ ପ୍ରତ୍ୟାଖାନ କରୁଛୁ, ଓଡ଼ିଶାବାସୀ ମଧ୍ୟ କରିବେ।କିନ୍ତୁ ଯେଉଁ ମାନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରନ୍ତି ସେମାନଙ୍କ ମତାମତ ନେଇ ରୁବେନ ବହି ଲେଖିଛନ୍ତି । ସୌଜନ୍ୟତା ଦୃଷ୍ଟିରୁ ମତାମତ ନେବାର ଥିଲା। କିନ୍ତୁ ରୁବେନ ବାନାର୍ଜୀ ବିରୋଧୀ ଦଳ ନେତା ଭାବେ ଲେଖିଛନ୍ତି । ନବୀନଙ୍କ ପ୍ରତି ଲୋକଙ୍କ ସମର୍ଥନ ରହିଛି। କିନ୍ତୁ ଚା ଖଟି, ତାସ ଖଟିରେ ଚର୍ଚ୍ଚା ଓ ବିରୋଧୀ ଦଳର ଭାଷାକୁ ନିଜ ବହିରେ ସଜେଇ ଲେଖି ଥିବା ଅରୁଣ ଅଭିଯୋଗ କରିଛନ୍ତି ।

You might also like