ପ୍ରଶଂସା କଲେ ବି କମ୍ ପଡିବ।

ବାତ୍ୟା ଦାନାର କରାଳ ରୂପକୁ ଦେଖି ସମସ୍ତେ ଭୟଭୀତ ଥିଲେ। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ମାଡ। ଅନେକ ଜିଲ୍ଲାରେ ହୋଇଛି କ୍ଷୟକ୍ଷତି। ବାତ୍ୟାକୁ ଦେଖି ସମସ୍ତେ ନିଜ ପରିବାର ସହ ସୁରକ୍ଷିତ ରହିବାକୁ ଉଚିତ ମଣିଥିଲେ। କିନ୍ତୁ ବାତ୍ୟା ସମୟରେ ଘରୁ ବାହାରକୁ ବାହାରିଥିଲେ ଜଣେ ଆଶାକର୍ମୀ। ଆଉ ବିପଦ ବେଳର ସାଥୀ ସାଜି ଅନ୍ୟମାନଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ସେ ହେଲେ କେନ୍ଦ୍ରାପଡା ବ୍ଲକ ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଳ। ପବନ, ବର୍ଷାକୁ ଖାତିର ନ କରି ସେ ବିପଦରେ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ନିଜ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନରେ ପହଞ୍ଚାଇବାକୁ ପଛାଇନଥିଲେ। ସୋଶାଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। କେବଳ ଜଣେ ବୃଦ୍ଧା ନୁହନ୍ତି, ୭ଜଣ ବୟୋଜ୍ୟାଷ୍ଠ ବ୍ୟକ୍ତିଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇବା ସହ କିଛି ଗର୍ଭବତୀ ମହିଳାଙ୍କୁ ମଧ୍ୟ ହସ୍ପିଟାଲରେ ପହଞ୍ଚାଇବାରେ ସହଯୋଗ କରିଥିଲେ। ଶିବାନୀଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସାବାସୀ ଜଣାଇଛନ୍ତି।