ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପୁଲିସ ବାବୁ

ଦେଶୀ ମଦ ବେପାର ପାଇଁ ବେପାରୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।ଖଣ୍ଡପଡା ଥାନା ASI ଏସ୍‌.କେ ରେହମାନଙ୍କୁ ରଙ୍ଗେହାତ୍‌ ଧରିଛି ଭିଜିଲାନ୍ସ । ମଦ ବେପାରୀଙ୍କ ନାଁରେ ଥିବା ଏକ କେସର ରଫାଦଫା କରିବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ରେହମାନ। ନିଜର ଭଡ଼ା ଘର ଖଳିସାହିରେ ଏହି ଲାଞ୍ଚ ଟଙ୍କା ଦେବା ପାଇଁ ମଦ ବେପାରୀକୁ କହିଥିଲେ। ମଦ ବେପାରୀ ଜଣଙ୍କ ଘଟଣାସଂପର୍କରେ ଭିଜିଲାନ୍ସଙ୍କୁ ଅବଗତ କରିଥିଲେ।ଏସଆଇ ଏସ୍‌କେ ରେହମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଅଧିକ ଛାନ୍‌ଭିନ୍‌ କରାଯାଉଛି।