ଦୁଇ କନଷ୍ଟେବଳଙ୍କୁ ଛୁରୀ ଭୁସି ଆକ୍ରମଣ
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ଟେନସା ଫାଣ୍ଡି ଅନ୍ତର୍ଗତ ଟେନସା ସି ବ୍ଲକ୍ ଠାରେ ଦୁଇ ପରିବାର ମଧ୍ଯରେ ଝଗଡ଼ା ହେବାର ଖବର ପାଇ, ଟେନସା ଫାଣ୍ଡିରୁ ଦୁଇ ଜଣ କନେଷ୍ଟବଳ ପୃଥ୍ବୀରାଜ ପରିଡ଼ା ଓ ଶ୍ରୀ ରାଉତରାୟ ସ୍ଥିତି ସମାଧାନ ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହେଲେ ସେଠାରେ ଦୁହେଁ ପରିବାର ଲୋକଙ୍କ ହାତରୁ ଟାଙ୍ଗିଆ ଛଡ଼ାଉଥିବା ବେଳେ ଜଣେ ଲୋକ ଛୁରୀ ଆଣି ଦୁଇ କନଷ୍ଟେବଳଙ୍କୁ ଭୁସି ଦେଇଥିଲେ ।ମିଳିଥିବା ସୂଚନା ଅନୁଯାୟୀ, ଟେନ୍ସା ଫାଣ୍ଡି ଅନ୍ତର୍ଗତ ସି-ବ୍ଲକ ଅଞ୍ଚଳରେ ୨ ପରିବାର ମଧ୍ୟରେ ଭୀଷଣ ଝଗଡ଼଼ା ଲାଗିଥିଲା। ଏନେଇ ଖବର ପାଇବା ପରେ ଝଗଡ଼଼ା ସମାଧାନ କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ ଟେନ୍ସା ଫାଣ୍ଡିର ୨ କନଷ୍ଟେବଳ ।
ଉଭୟ ପରିବାର ମଧ୍ୟରେ ଲାଗିଥିବା ବିବାଦ ସମାଧାନ କରିବାକୁ ଉଦ୍ୟମ ଚଳାଇଥିବାବେଳେ ୨ କନଷ୍ଟେବଳଙ୍କୁ ବିବାଦ ଲଗାଇଥିବା ପରିବାର ମଧ୍ୟରୁ କେହି ଦୁର୍ବୃତ୍ତ ଛୁରୀ ଭୁସି ଦେଇଥିଲେ। ଫଳରେ ଉଭୟ କନଷ୍ଟେବଳ ଗୁରୁତର ଆହତ ହୋଇଥିଲେ। ଛୁରୀମାଡ଼ ଘଟଣା ବିଷୟରେ ଆଉଟପୋଷ୍ଟର ଅନ୍ୟ ପୋଲିସମାନଙ୍କୁ ସୂଚନା ଦିଆଯିବା ପରେ, ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ସହକର୍ମୀଙ୍କୁ ଡାକ୍ତରଖାନାକୁ ପଠାଇଥିଲେ।ମାତ୍ର ଜଣଙ୍କ ଅବସ୍ଥା ଅତି ଗୁରୁତର ହେବାକୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ପୋଲିସ ସୂଚନା ଦେଇଛି ଯେ ଉଭୟ ଅଭିଯୁକ୍ତ ପରିବାରକୁ ପଚରାଉଚରା ପାଇଁ ଅଟକ ରଖାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି। କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
