ସମୁଦ୍ରରେ ଭାସିଗଲେ ହାଇବାଦରୁ ଆସିଥିବା ପର୍ଯ୍ୟଟକ

ସମୁଦ୍ରରେ ପର୍ଯ୍ୟଟକ ଭାସି ନିଖୋଜ ଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ପୁରୀ ସମୁଦ୍ରରେ ଗାଧାଉଥିବା ବେଳେ ସମୁଦ୍ରରେ ଭାସିଯାଇଛନ୍ତି। ସୂଚନା ମୁତାବକ, ନିଖୋଜ ଥିବା ଯୁବକ ହାଇଦ୍ରାବାଦ ଅଞ୍ଚଳର ବିକାଶ ଚନ୍ଦେ। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ

ଅଗଷ୍ଟ ୨୫ ତାରିଖ ଯାଏଁ ଚାଲିବ କୃଷକ ପଞ୍ଜୀକରଣ।

୨୫ ଯାଏଁ ଚାଲିବ ଚାଷୀ ପଞ୍ଜୀକରଣ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ମନ୍ତ୍ରୀ କହିଛନ୍ତି, ୨୦୨୫-୨୬ ଖରିଫ ଋତୁରେ ଚାଷୀଙ୍କ ପଞ୍ଜିକରଣ ପ୍ରକିୟାକୁ ଆହୁରି ସରଳୀକରଣ କରିଛନ୍ତି ସରକାର। ପୂର୍ବରୁ ବଂଶାବଳୀ ପ୍ରମାଣ ପତ୍ର ପାଇଁ ଚାଷ ଜମିର ଉତ୍ତରାଧିକାରୀଙ୍କ

ମାଟ୍ରିକ ସପ୍ଲିମେଣ୍ଟାରୀ ଖାତା ପାଇଁ ୨୫ରୁ ଆବେଦନ

ମାଟ୍ରିକ ସପ୍ଲିମେଣ୍ଟାରୀ ଖାତା ପାଇଁ ୨୫ରୁ ଆବେଦନ । ଖାତାର ଅବିକଳ ନକଲ ପାଇବା ଲାଗି ଆବେଦନ କରିପାରିବେ । ବୋର୍ଡ କାଯ୍ୟାଳୟରେ ଦରଖାସ୍ତ ଏବଂ ଫିସ ଦାଖଲ କରିପାରିବେ । ଅଫଲାଇନ ସେପ୍ଟେମ୍ବର ୨ ଭିତରେ ଆବେଦନ କରିପାରିବେ । ତେବେ ଚଳିତ ବର୍ଷ ମୋଟ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ

ଶ୍ରୀମନ୍ଦିର ପରିସରରେ ଶିଶୁ ତଥା ମା’ ମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ

ମହିଳା ଭକ୍ତମାନଙ୍କ ପାଇଁ ବଡ଼ ପଦକ୍ଷେପ। ଶ୍ରୀମନ୍ଦିର ପରିସରରେ ଶିଶୁମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ।ବିଶେଷକରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଓ ମା’ମାନଙ୍କ ପାଇଁ ବ୍ୟବସ୍ଥା କରାଯିବାକୁ ହୋଇଛି ନିଷ୍ପତି।ଏନେଇ ସ୍ୱତନ୍ତ୍ର ଗୃହ ସ୍ଥାପନ ପାଇଁ ସ୍ଥାନ ନିରୂପଣ କରାଯାଇଥିବା ସୂଚନା

ନବୀନଙ୍କୁ ଭେଟିଲେ ମୋହନ ମାଝୀ

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ନିବାସ ପହଂଚି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ସୂଚନା ମୁତାବକ ଆଜି ଅନେକ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି ବୋଲି କୁହାଯାଉଛି ।

‘ରାଜ୍ୟରେ ବୁଲା କୁକୁରଙ୍କ ହେବ ଗଣନା ଓ ବନ୍ଧ୍ୟାକରଣ’ -ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ

କୁକୁରମାନଙ୍କୁ ନେଇ ସୁପ୍ରିମ୍‌କୋର୍ଟଙ୍କ ସଂଶୋଧିତ ରାୟ ପରେ ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ କଡାକଡି ପାଳନ କରିବ ବିଭାଗ । ମତ୍ସ ଓ ପ୍ରାଣୀ ସମ୍ପଦ ବିଭାଗ ବୁଲା କୁକୁରଙ୍କ ଗଣନା ମଧ୍ୟ କରିବ ।ବିଭାଗ

ଏଥର ବର୍ଷାରେ ଭିଜିବ ଗଣେଶ ପୂଜା

ଏଥର ବର୍ଷାରେ ଭିଜିବ ଗଣେଶ ପୂଜା । ଗଣପତିଙ୍କ ଉତ୍ସବକୁ ନେଇ ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ପାଣିପାଗକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଯାହାକି ଚିନ୍ତା ବଢାଇଛି । ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ଆସିଥିବାରୁ ରାଜ୍ୟ ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବ । ଏନେଇ ପାଣିପାଗ ବିଭାଗ

ଟିକ୍‌ଟକ୍‌ ଅନବ୍ଲକ କରିବା ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ

ଟିକ୍‌ଟକ୍‌ ପୁଣି ଭାରତ ଫେରୁଥିବା ନେଇ ଚର୍ଚ୍ଚା ଉପରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟିକରଣ । ଏହି ଚୀନ ଭିଡିଓ ଆପର ୱେବସାଇଟ୍ ଖୋଲିବା ପରେ ପୁଣି ଭାରତକୁ ଟିକ୍‌ଟକ୍‌ ଫେରିବ ବୋଲି ଚର୍ଚ୍ଚା ଆଲୋଚନା ହେଉଥିଲା । କିନ୍ତୁ ସରକାର ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି। ଭାରତ ସରକାର TikTok କୁ

ଅଗଷ୍ଟ -୧୫ରେ ପିଲାଙ୍କୁ ମିଡ ଡେ ମିଲ ଦେଇନଥିବାରୁ ନୋଟିସ

୩ଟି ବ୍ଲକର ୫୬ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ ।ଅଗଷ୍ଟ -୧୫ରେ ପିଲାଙ୍କୁ ମିଡ ଡେ ମିଲ ଦେଇନଥିବାରୁ ନୋଟିସ କରାଯାଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ୩୩ଟି , ବୌଦ୍ଧ ବ୍ଲକର ୧୫ଟି, କଣ୍ଟାମାଳ ବ୍ଲକର ୮ଟି ସ୍କୁଲକୁ ଜାରି ହୋଇଛି ନୋଟିସ ।ସାତ ଦିନ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି

ଗିରଫ ହେଲେ କଟକ ସିଡିଏମ୍‌ଓର ବରିଷ୍ଠ କିରାଣୀ କିଶୋର ସାହାଣୀ

ଗିରଫ ହେଲେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ (ସିଡିଏମ୍‌ଓ)ର ବରିଷ୍ଠ କିରାଣୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିଶୋର ସାହାଣୀଙ୍କୁ ଗିରଫ କଲା ଭିଜିଲାନ୍ସ। ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ଗତକାଲି କିଶୋର କୁମାର ସାହାଣୀଙ୍କର ଯୋବ୍ରା ନୂଆସାହିରେ

ଭାରତୀୟ ସ୍ପେସ୍ ଷ୍ଟେସନର ମଡ୍ୟୁଲ୍-୧ ଲଞ୍ଚ କଲା ଇସ୍ରୋ

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜାତୀୟ ମହାକାଶ ଦିବସ ସମାରୋହରେ ଭାରତୀୟ ସ୍ପେସ୍ ଷ୍ଟେସନ (BAS) ମଡ୍ୟୁଲର ଏକ ମଡେଲର ଶୁଭାରମ୍ଭ ହୋଇଛି। ୨୦୨୮ରେ ଭାରତ ତାର ପ୍ରଥମ ସ୍ପେସ୍ ଷ୍ଟେସନ ଲକ୍ଷ୍ୟ ରଖିଛି । ପରେ ଏହାକୁ ସଂପ୍ରସାରଣ

ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ଏନେଇ ସୂଚନା ଦେଇଛି ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ।ସୂଚନାରେ କୁହାଯାଇଛି ଯେ, ଆସନ୍ତା ସୋମବାର ଅଗଷ୍ଟ ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ