ଆୟୁଷ୍ମାନ କାର୍ଡର କାର୍ଯ୍ୟକାରିତା ବେଳେ ସଫ୍ଟଓ୍ୱେର ସମସ୍ୟା
ଏବେ ରାଜ୍ୟରେ ନୂଆ କରି ଲାଗୁ ହୋଇଛି ଆୟୁଷ୍ମାନ କାର୍ଡ। ଆଉ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା। ହେଲେ ଏବେ ଏହି କାର୍ଡର କାର୍ଯ୍ୟକାରିତା ବେଳେ ସଫ୍ଟଓ୍ୱେର ସମସ୍ୟା ଦେଖିବାକୁ ମିଳିଛି।ହେଲ୍ଥ କେୟାର ପ୍ରୋଭାଇଡର୍ସ ରାଜ୍ୟ ସମ୍ପାଦକ ନିଲାଞ୍ଜନା ମୁଖାର୍ଜୀ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଟିପି ଜେନେରେଟ ଟାଇମ ଆଉଟ ସମୟ ୧୦ ମିନିଟକୁ କମିଛି। ପରିବାରର ପ୍ରତି ହିତାଧିକାରୀଙ୍କ କାର୍ଡ ଅଲଗା ରହିଛି। ଆୟୁଷ୍ମାନ ଯୋଜନାରେ ଇମ୍ପଲାଣ୍ଟ କ୍ୟାପିଙ୍ଗ ରହିଛି।
କ୍ୟାପିଙ୍ଗ ପାଇଁ ହସ୍ପିଟାଲରେ ଟିକେ ସମସ୍ୟା ରହୁଛି। ରୋଗୀଙ୍କ ଚିକିତ୍ସା ବିଳମ୍ବ ହେଉନି, ପଞ୍ଜୀକରଣ ବିଳମ୍ବ ହେଉଛି।BSKYରେ ପ୍ରି ଆପ୍ରୁଭାଲ୍ ବ୍ୟବସ୍ଥା ଥିଲା। ହେଲେ ଆୟୁଷ୍ମାନରେ ତାହା ନାହିଁ। ଲିମିଟେଡ୍ ହୋଇଯାଇଛି।
