ଆୟୁଷ୍ମାନ ଯୋଜନାରେ ହିତାଧିକାରୀଙ୍କୁ ଅବହେଳା କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
ଆୟୁଷ୍ମାନ କାର୍ଡକୁ ନେଇ ତୁଟୁନି ଅଡୁଆ । ଡାକ୍ତରଖାନାକୁ ଚିକିତ୍ସା ହେବାକୁ ଯାଇ ରୋଗୀ ହଇରାଣ ହେବା ପରେ ସରକାର ପଦକ୍ଷେପ ନେଇଛନ୍ତି । ଆୟୁଷ୍ମାନ କାର୍ଡରେ କୌଣସି ଦ୍ଵନ୍ଦ୍ବ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଯାହା କିଛି ଟେକ୍ନିକାଲ ସମସ୍ୟା ରହିଛି। ସମସ୍ୟାର ସମାଧାନ ନେଇ ଆଲୋଚନା ଚାଲିଛି। ଘରୋଇ ହସ୍ପିଟାଲ ପ୍ୟାକେଜ ବୃଦ୍ଧି ଦାବି ଉପରେ ବି ବିଚାର କରାଯିବ।
ସରକାରୀ ସ୍ତରରୁ, ଲୋକଙ୍କ ପାଖରୁ ବିଭିନ୍ନ ମତାମତ ଆସୁଛି। ସବୁ ଦିଗକୁ ନେଇ ନେଇ ବିଚାର ଚାଲିଛି। ପ୍ୟାନ ଇଣ୍ଡିଆ କାର୍ଡ ହୋଇଥିବାରୁ ନେଟୱର୍କ ଓ ଓଟିପି ସମସ୍ୟା ରହିଛି। ସମସ୍ୟା ସମାଧାନ ନେଇ ଚାଲିଛି ଆଲୋଚନା। ଏହାପରେ ବି ଯଦି ରୋଗୀଙ୍କୁ ଅବହେଳା କରାଯାଏ ତେବେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ।ସେପଟେ ବିଜେଡି କହିଛି, ଏବେ ଆୟୁଷ୍ମାନ କାର୍ଡ ଲାଗୁ ହେବା ପରେ ରୋଗୀ ହନ୍ତସନ୍ତ ହେଉଛନ୍ତି । ସରକାର ଏବେ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।
