୨୦ ହଜାର ଟଙ୍କା ପାଇଁ ଶିଶୁ ପୁତ୍ର ବିକ୍ରି

କୋଡିଏ ହଜାର ଟଙ୍କାରେ ଶିଶୁ ପୁତ୍ରକୁ ବିକ୍ରି । ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ଶିଶୁ ପୁତ୍ରର ଜେଜେବାପା ରାହସ ବିହାରୀ ସାମଲ। ସାଲେପୁର ଥାନାରେ ନାତିକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ଜେଜେ । ସେପଟେ ପୋଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି। ଘଟଣାରୁ ପ୍ରକାଶ ଯେ କଟକ ଜିଲ୍ଲା ସାଲେପୁର ଥାନା କାନପୁର ଗାଁର ରାହସ ବିହାରୀ ସାମଲଙ୍କ ପୁଅ ତପନ ସାମଲ ୬ ବର୍ଷ ହେବ ନିଶ୍ଚିନ୍ତକୋଇଲି ଥାନା ବଡ଼କ୍ଷୀର ଗାଁର କାହ୍ନୁ ଚରଣ ସାମଲଙ୍କ ଝିଅ ରୁବିନାଙ୍କ ସହିତ ବୈଦିକ ରୀତି ନୀତି ଅନୁଯାୟୀ ବିବାହ କରିଥିଲେ । ହେଲେ ତାଙ୍କର ଗୋଟେ ଝିଅ ଓ ଗୋଟେ ପୁଅ ରହିଥିବା ବେଳେ ।

ଛଅ ମାସ ହେବ ବୋହୁ ତାର ଝିଅକୁ ଶାଶୂଘରେ ଛାଡି ପୁଅକୁ ଧରି ଅନ୍ୟତ୍ର ଚାଲିଯାଇଥିଲେ । ହେଲେ ଯେବେ ପୁଅ ଘର ଲୋକେ ନାତିକୁ ଦେଖିବା ପାଇଁ ବୋହୁ ଘରେ ପହଁଚିଲେ ସେଠି ନାତି ନଥିଲା । କୌଣସି ଏକ ସୂତ୍ରରୁ ଖବର ପାଇ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ବେଲରପା ଗାଁର ଅନନ୍ତ ସାମଲଙ୍କ ଘରେ ଥିବା ସୂଚନା ପାଇ ପୁଅ ଘର ଲୋକ ପହଂଚି ଥିଲେ କିନ୍ତୁ ସେମାନେ କୋଡିଏ ହଜାର ଟଙ୍କା ମାଗିଥିଲେ । କୋଡିଏ ହଜାର ଦେଲେ ନାତିକୁ ଫେରାଇ ଦେବୁ ବୋଲି କହିଥିଲେ । ଯେହେତୁ ସେମାନେ କୋଡିଏ ହଜାର ଟଙ୍କା ଦାବି କରୁଛନ୍ତି ତେଣୁ ଅଭିଯୋଗକାରୀ ନାତିକୁ ତା ମାମୁଁ ଓ ଅଜା କୋଡିଏ ହଜାର ଟଙ୍କାରେ ବିକ୍ରି କରିଛନ୍ତି ବୋଲି ଭାବୁଛନ୍ତି ।