ନଭେମ୍ବର ୧୩ରେ ଧବଳେଶ୍ଵରଙ୍କ ପୀଠରେ ବଡ଼ଓଷା

ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ୧୨ ନଭେମ୍ବରରୁ ୧୫ ଯାଏ ୪ ଦିନ ଧରି ପଞ୍ଚକ ବ୍ରତ ପାଳନ କରାଯିବ।୧୩ରେ ବଡ଼ଓଷା, ବଡ଼ସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର। ୧୩ ରାତିରେ ଧବଳେଶ୍ୱରଙ୍କ ପାଖେ ଲାଗି ହେବ ଗଜଭୋଗ ଓ ତରଣ। ୧୪ ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ କରାଯିବ।୧୪ ନଭେମ୍ବର ୨୦୨୪ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ କରାଯିବ । ୧୫ ନଭେମ୍ବର ୨୦୨୪ କାର୍ତ୍ତିକ ବ୍ରତ ସମ୍ପୂର୍ଣ୍ଣ ହେବା ସହିତ ବୋଇତ ଭସାଣ କରାଯିବ ବୋଲି ବୈଠକରେ ନିର୍ଦ୍ଧାରିତ ହୋଇଛି ।