‘Bade Miyan Chote Miyan’ର ଟିଜର

୨୦୨୪ର ଆଉ ଏକ ପ୍ରତୀକ୍ଷିତ ଚଳଚ୍ଚିତ୍ର ବଡେ ମିଆଁ ଛୋଟେ ମିଆଁ । ଏଥିରେ ମୁଖ୍ୟ ଅଭିନେତା ଅଛନ୍ତି ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ। ଚଳଚ୍ଚିତ୍ର ‘ବଡ଼େ ମିଆଁ ଛୋଟେ ମିଆଁ’ର ବହୁପ୍ରତୀକ୍ଷିତ ଟିଜର ବୁଧବାର ରିଲିଜ୍‌ ହୋଇଛି। ଟିଜରରୁ ଜଣାପଡ଼ୁଛି ଏଥିରେ ଅଲୀ ଅବାସ ଜଫର ସେ ସମସ୍ତ ଖୋରାକ ରଖିଛନ୍ତି, ଯାହା ଦର୍ଶକ ଚାହାଁନ୍ତି। ଜବରଦସ୍ତ ଆକ୍ସନ୍, ଡ୍ରାମା, ଭାବପ୍ରବଣତା ଏବଂ ଦେଶପ୍ରେମର ଏକ ଶକ୍ତିଶାଳୀ ତରଙ୍ଗ ​ଏସବୁର ଝଲକ୍‌ ‘ବଡ଼େ ମିଆଁ ଛୋଟେ ମିଆଁ’ର ଟିଜରରେ ଦେଖିବାକୁ ମିଳିଛି।

ନୂତନ ଚଳଚ୍ଚିତ୍ର ‘ବଡେ ମିୟାଁ ଛୋଟେ ମିୟାଁ’ ୨୫ ବର୍ଷ ପୁରୁଣା ଚଳଚ୍ଚିତ୍ରଠାରୁ ବହୁତ ଭିନ୍ନ, ଯାହା ସହିତ ଏହାର ଟାଇଟଲ ଶେୟାର ହୋଇଛ। ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଏହି ଆକ୍ସନ ପ୍ୟାକ ଫିଲ୍ମ ନିର୍ଦ୍ଦେଶିତ ସେହି ବ୍ୟକ୍ତି ଦେଇଛନ୍ତି ଯେଉଁ ବ୍ୟକ୍ତି ‘ସୁଲତାନ’, ’ଟାଇଗର ଜିନ୍ଦା ହୈ ଏବଂ ‘ଭାରତ’ ଭଳି ବ୍ଲକବଷ୍ଟର ଦେଇଛନ୍ତି।