କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ବଡ଼ ଦାୟିତ୍ୱ।

ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା। ଦିଲ୍ଲୀ ନିର୍ବାଚନ ଇନଚାର୍ଜ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ବୈଜୟନ୍ତଙ୍କୁ ଇନଚାର୍ଜ ଭାବେ ନିଯୁକ୍ତି କରିଛି। ଆଗକୁ ଅଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ସମ୍ଭବତଃ ୨୦୨୫ ଫେବ୍ରୁଆରୀରେ ନିର୍ବାଚନ ହୋଇପାରେ। ସେଥିପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜର ପ୍ରସ୍ତୁତି ଆରମ୍ଭ କଲେଣି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶାସନ କ୍ଷମତାରେ ଥିବା ଆପ୍‌ ଲଗାତାର ଭାବେ ସଭା ଓ ରୋଡ୍‌ ଶୋ’ କରୁଥିବା ଦେଖିବାକୁ ମିଳୁଛି। ସେପଟେ କଂଗ୍ରେସ ଓ ବିଜେପି ମଧ୍ୟ ପଛରେ ନାହାନ୍ତି। ଉଭୟ ଦଳ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି।