କଂସ ଚରିତ୍ରରେ ଅଭିନୟ କରିଥିବା ହୃଷିକେଶ ଭୋଇ ଚାକିରିରୁ ନିଲମ୍ବିତ

ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ହୃଷିକେଶ ମହାପ୍ରୟାଣ ଗାଡ଼ିରେ ଗାଇସିଲଟକୁ ମୃତଦେହ ନେବା ପାଇଁ ମୃତକଙ୍କ ପରିବାର ଠାରୁ ୩ ହଜାର ଟଙ୍କା ଆଣିଥିଲେ ବୋଲି ଅଭିଯୋଗ ହୋଇଥିଲା ।ଅଭିଯୋଗର ସତ୍ୟାସତ୍ୟର ତଦନ୍ତ ଲାଗି ଗଠିତ ଏକ ଟିମ୍‌ର ରିପୋର୍ଟ ଆଧାରରେ ହୃଷିକେଶ ଭୋଇଙ୍କୁ ନିଲମ୍ବିତ କରାଯାଇଛି । କଂସ ଚରିତ୍ରର ଜଣେ କଳାକାରଙ୍କ ଏପରି ଆଚରଣକୁ ସବୁ ମହାଳରୁ ନିନ୍ଦା କରାଯାଇଥିଲା। ସୂଚନାମୁତାବକ ଅଭିଯୋଗ ହୋଇଛି ଯେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବଡ ସାହାଜବାହାଲ ଗ୍ରାମକୁ ମହାପ୍ରୟାଣ ଗାଡି ଶବ ଛାଡିବାକୁ ଯାଇଥିବା ବେଳେ ମୃତ ପରିବାରଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ ହୃଷିକେଶ। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ଶବ ନେଇ ଘରେ ଛାଡିବା ପରେ ତିନି ହଜାର ଟଙ୍କା ଦେବାକୁ ଦାବି କରିବା ସହ ଟଙ୍କା ନନେବା ଯାଏଁ ମୃତକ ପରିବାର ଲୋକଙ୍କ ଘରୁ ଆସିନଥିଲେ ଡ୍ରାଇଭର ହୃଷିକେଶ ।