ବାତ୍ୟା ଦାନା ଭୟରେ, ୨ଦିନରେ ୩ହଜାର କୋଟିର ସାମଗ୍ରୀ ବୋହିନେଲେ ଖାଉଟି

ବାତ୍ୟା ଭୟରେ, ୨ଦିନରେ ୩ହଜାର କୋଟିର ବେପାର ହୋଇଛି । ଖାଦ୍ୟ ପଦାର୍ଥ ସହ ଅତ୍ୟାବଶକୀୟ ସାମଗ୍ରୀ ବୋହିନେଲେ ଖାଉଟି। ତେବେ ପରିସ୍ଥିତିର ଫାଇଦା ଉଠାଇ ମାଲାମାଲ ହେଲେ ବ୍ୟବସାୟୀ। ବାତ୍ୟା ପାଇଁ ଲୋକେ ଦୁଇ ତିନି ଦିନ ପୂର୍ବରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିନେଇଛନ୍ତି। ଚାଉଳ, ଡାଲି, ଅଟା, ଆଳୁ, ପିଆଜ, ଚୁଡ଼ା, ଚିନି ସମେତ ପନପରିବା ବହୁମାତ୍ରାରେ କିଣିନେଇଛନ୍ତି ଲୋକେ। ଏପରିକି ପେଟ୍ରୋଲ, ଡିଜେଲ ପମ୍ପ ଗୁଡ଼ିକରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ଲୋକେ ଧାଡିବାନ୍ଧି ଅଧିକ ପରିମାଣର ତେଲ ପକାଇଛନ୍ତି। ବଜାର ବିଶେଷଜ୍ଞଙ୍କ କହିବା ଅନୁସାରେ ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ବୁଧବାର ଓ ଗୁରୁବାର ଦୁଇ ଦିନ ପ୍ରାୟ ୩ ହଜାର କୋଟି ଟଙ୍କାର ସାମଗ୍ରୀ କିଣି ନେଇଛନ୍ତି। ବ୍ୟବସାୟ ଭାଷାରେ ଏହାକୁ ‘ପ୍ୟାନିକ ବାଇଂ’ କୁହାଯାଉଛି।