ମହୁମାଛିଙ୍କ ଭୟରେ ନୀତି ଛାଡି ଦୌଡିଲେ ସେବାୟତ

ଲିଙ୍ଗରାଜଙ୍କ ରୁକୁଣା ରଥ ବାହୁଡ଼ାଯାତ୍ରାରେ ଘଟିଛି ବଡ଼ ଅଘଟଣ । ବାହୁଡ଼ା ଯାତ୍ରାରେ ବାଘୁଆ ମହୁମାଛିଙ୍କ ଆତଙ୍କ ଦେଖିବାକୁ ମିଳିଥିଲା । ରାମେଶ୍ୱର ମନ୍ଦିରରେ ବାହୁଡ଼ା ନୀତି ପାଇଁ ସେବାୟତ ପ୍ରସ୍ତୁତ ହେଉଥିବାବେଳେ ପରିସରରେ ଥିବା ଓସ୍ତଗଛ ମହୁ ଫେଣାକୁ କେହି ଟେକା ମାରି ଦେଇଥିଲା ।ଯାହାଫଳରେ ହଜାର ହଜାର ସଂଖ୍ୟାରେ ମହୁମାଛି ଫେଣାରୁ ବାହାରି ଆସିଥିଲେ । ସେଠାରେ ଉପସ୍ଥିତ ଲୋକଙ୍କୁ ଦଂଶନ କରିଥିଲେ । ମହୁମାଛିଙ୍କ ଆକ୍ରମଣକୁ ବଞ୍ଚିବା ପାଇଁ ସେବାୟତମାନେ ଠାକୁରଙ୍କ ନୀତିକୁ ଅଧାରେ ଛାଡ଼ି ପ୍ରାଣ ବିକଳରେ ଯିଏ ଯେଉଁଆଡେ ପାଇଲେ ଦୌଡ଼ିଥିଲେ । ମହୁମାଛି ଭୟରେ ମାତ୍ର ୫ ମିନିଟରେ ମନ୍ଦିର ବେଢ଼ା ଶୂନ୍ୟ ହୋଇଯାଇଥିଲା । ମହୁମାଛିଙ୍କ ଆତଙ୍କ ପାଇଁ ବାହୁଡ଼ା ନୀତିରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ନୀତିରେ ପ୍ରାୟ ୧ ଘଣ୍ଟା ବିଳମ୍ବ ହୋଇଥିଲା । ଅନ୍ୟପଟେ ମହୁମାଛି ଆକ୍ରମଣରେ ୫୦ରୁ ଅଧିକ ଜଣ ଆୟତ ହୋଇଛନ୍ତି ।

You might also like