ତଦନ୍ତ ଆଳରେ ପୋଲିସର ନିର୍ଯାତନା ! ଆତ୍ମହତ୍ୟା କରିଦେଲେ ବେଙ୍ଗାଲୁରୁ ମହିଳା

ବେଙ୍ଗାଲୁରୁରେ ୩୩ ବର୍ଷୀୟା ମହିଳାଙ୍କ ଆତ୍ମହତ୍ୟା ମାମଲା ରୋଚକ ମୋଡ଼ ନେଇଛି । ତଦନ୍ତ ଆଳରେ ମହିଳାଙ୍କୁ ଉଲଗ୍ନ କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । କାଲି ଏତିକି ନୁହେଁ କର୍ଣ୍ଣାଟକ ସିଇଡିର ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମଧ୍ୟ ମାଗିଥିଲେ । ପୋଲିସର ଅତ୍ୟାଚାର ସହି ନପାରି ଶେଷରେ ଆତ୍ମହତ୍ୟା କରିଛନ୍ତି ମହିଳା । ସେ ପେସାରେ ଜଣେ ବ୍ୟବସାୟୀ ହବା ସହ ଜଣେ ଆଇନଜୀବୀ ମଧ୍ୟ ଥିଲେ। ଶୁକ୍ରବାର ତଥା ନଭେମ୍ବାର ୨୨ ତାରିଖରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଭଉଣୀ ଏସ୍‌ ସଙ୍ଗୀତା ଡିଏସ୍‌ପି କନକଲକ୍ଷ୍ମୀଙ୍କୁ ଏସ୍‌ ଜିଭାଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ସେ ତାଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିବା ସେ ଅଭିଯୋଗ ଆଣିଛନ୍ତି।ଏହାପରେ ବେଙ୍ଗାଲୁର ପୁଲିସ୍‌ ଅଭିଯୁକ୍ତ ସୁପରିଟେଣ୍ଡେଣ୍ଟ୍‌ ଇନ୍‌ ପୁଲିସ୍‌ କନକଲକ୍ଷ୍ମୀଙ୍କ ନାମରେ ମାମଲା ରୁଜୁ କରି ଦତନ୍ତ ଆରମ୍ଭ କରିଛି। ଏଥସହ ଏସ୍‌ ଜିଭା ଛାଡି ଯାଇଥିବା ସୁସାଇଡ୍‌ ନୋଟ୍‌କୁ ମଧ୍ୟ ଜବତ କରିଛି। ଏଥିରେ ପୁଲିସ ଅଧିକାରୀ ତାଙ୍କୁ କିଭଳି ହଇରାଣ କରିଥିଲେ ତାହା ଉଲ୍ଲେଖ କରିଛନ୍ତି।ସୂଚନା ଅନୁଯାୟୀ, ସୁଇସାଇଡ୍ କରିଥିବା ହେଉଛନ୍ତି ମହିଳା ଏସ. ଜିଭା । ତାଙ୍କ ନାଁରେ କର୍ଣ୍ଣାଟକ ଭୋବି ସମବାୟ ବିକାଶ ଦୁର୍ନୀତି ଅଭିଯୋଗ ଆସିଥିଲା ।

ଏନେଇ କର୍ଣ୍ଣାଟକ ହାଇକୋର୍ଟ ୧୪ରୁ ୨୩ ନଭେମ୍ବର ମଧ୍ୟରେ ଜିଭାଙ୍କୁ ଭିଡିଓ କନଫରେନ୍ସିଂରେ ପଚରାଉଚରା ପାଇଁ ସିଆଇଡିକୁ ନିର୍ଦ୍ଦେଶ ଦେଇଥିଲେ । ଏସ. ଜିଭାଙ୍କ ଭଉଣୀ ସଙ୍ଗୀତା କହିଛନ୍ତି, ନଭେମ୍ବର ୧୪ ତାରିଖରେ ପ୍ୟାଲେସ୍ ରୋଡ୍ ଥିବା ସିଆଇଡି ମୁଖ୍ୟାଳୟ ଜିଭାଙ୍କୁ ଡକରା ଆସିଥିଲା । ସିଆଇଡି ଡିଏସପି କନକଲକ୍ଷ୍ମୀ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟ୍ କରିବାକୁ କହିଥିଲେ । ପୋଲିସ୍ କନକଲକ୍ଷ୍ମୀଙ୍କ ସାମ୍ନାରେ ହାଜର କରିବା ପରେ ଡିଏସପି ମହିଳାଙ୍କ ଡ୍ରେସ୍ ଖୋଲି ପଚରାଉଚରା କରିଥିଲେ । ପରେ ଅନ୍ତବସ୍ତ୍ର ଭିତରେ ବିଷାକ୍ତ ଦ୍ରବ୍ୟ ରଖିଥିବା ସନ୍ଦେହ କରି ଜିଭାଙ୍କୁ ଅନ୍ତବସ୍ତ୍ର ଖୋଲିବାକୁ କହିଥିଲେ । ସିଆଇଡି ବରିଷ୍ଠ ଅଧିକାରୀ ଜଣଙ୍କ ଦୁର୍ନୀତି ମାମଲାରେ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ବାରମ୍ବାର ନିର୍ଯାତନା ଦେବାରୁ ବାଧ୍ୟ ହୋଇ ଏସ. ଜିଭା ଆତ୍ମହତ୍ୟା କରିଥିଲେ ତାଙ୍କ ଭଉଣୀ ଏସ. ସଙ୍ଗୀତା ଅଭିଯୋଗ କରିଛନ୍ତି ।

You might also like