ବେଙ୍ଗାଲୁରୁର ଜୟନଗର ଅଞ୍ଚଳରେ ମହିଳା ଯାତ୍ରୀଙ୍କୁ ଚାପୁଡ଼ା ମାରିଲେ ରାପିଡୋ ଡ୍ରାଇଭର ।

ବେଙ୍ଗାଲୁରୁର ଜୟନଗରର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ରାପିଡୋ ବାଇକ୍ ଚାଳକ ଜଣେ ମହିଳା ଯାତ୍ରୀଙ୍କୁ ଆକ୍ରମଣ କରୁଥିବାର ଦେଖାଯାଉଛି। ମହିଳା ଜଣକ ମଝିରେ ବାଇକରୁ ଓହ୍ଲାଇବା ପରେ ଅସାବଧାନତାର ସହ ବାଇକ ଚଳାଇବା ପାଇଁ ଡ୍ରାଇଭରଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ଏହି କଥାକୁ ନେଇ ଦୁହିଁଙ୍କ ମଧରେ ବଚସା ହୋଇଥିଲା ଓ ରାପିଡୋ ଚାଳକ ଜଣକ ମହିଳାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି ।

ପୋଲିସ ଖବର ମୁତାବକ, ପ୍ରଥମେ ମହିଳା ଏବଂ ରାପିଡୋ ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା । ପରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ସମୟରେ ଡ୍ରାଇଭର ମହିଳାଙ୍କୁ ଶାରୀରିକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୁଚନାମୁତାବକ ମହିଳାଜଣକ ଏକ ଆଭୂଷଣ ଦୋକାନରେ କାମ କରୁଥିଲେ । ଭାଇରାଲ୍ ଭିଡିଓରେ, ଦୁଇଜଣ ପ୍ରଥମେ ଯୁକ୍ତିତର୍କ କରୁଥିବା ଏବଂ ପାଖରେ ଥିବା ଲୋକମାନଙ୍କୁ ହସ୍ତକ୍ଷେପ କରିବାକୁ ବୁଝାଇବାକୁ ଚେଷ୍ଟା କରୁଥିବାର ଦେଖାଯାଇଥିଲା। କିନ୍ତୁ ଏହାର କୌଣସି ଲାଭ ହୋଇନଥିଲା। ଉଭୟଙ୍କ ମଧ୍ୟରେ ଉପଯୁକ୍ତ ଯୋଗାଯୋଗ ଅଭାବରୁ ଯୁକ୍ତିତର୍କ ବଢ଼ିଥିଲା। ଗୋଟିଏ ପଟେ ମହିଳା କେବଳ ଇଂରାଜୀ କହୁଥିବା ବେଳେ ଅନ୍ୟପଟେ ରାପିଡୋ ଡ୍ରାଇଭର କେବଳ କନ୍ନଡ ଜାଣିଥିଲେ।ମହିଳା ଜଣକ ଭଡ଼ା ଦେବାକୁ ଏବଂ ହେଲମେଟ ଫେରାଇବାକୁ ମନା କରିଦେଇଥିବା ଅଭିଯୋଗ ହୋଇଛି, ଯାହା ପରେ ପରିସ୍ଥିତି ଆହୁରି ଖରାପ ହୋଇଗଲା। ଏହା ପରେ, ଭିଡିଓରେ ଡ୍ରାଇଭର ମହିଳାଙ୍କୁ ଚାପୁଡ଼ା ମାରୁଥିବା ଦେଖାଯାଇଛି, ଯାହା ଫଳରେ ସେ ତଳେ ପଡ଼ିଯାଇଛନ୍ତି।

You might also like