ସାଇବର ଠକେଇର ଶିକାର ହେଲେ କୂଳପତି, ୧୪ ଲକ୍ଷ ଟଙ୍କା ଲୁଟି ନେଲେ ଠକ
ସାଇବର ଠକେଇର ଶୀକାର ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ । ଡିଜିଟାଲ ଆରେଷ୍ଟ କହି ସାଇବର ଠକ ମାନେ କୁଳପତିରୁ ନେଇଗଲେ ୧୪ ଲକ୍ଷ ଟଙ୍କା।ଏ ନେଇ ସାଇବର ଥାନାରେ ଅଭିଯୋଗ ହୋଇଥିବା ଏସ.ପି.ଙ୍କ ସୂଚନା । ଏ ବିଷୟରେ ଜାଣିବା ପରେ, କୁଳପତି ପ୍ରଫେସର ଦାସ ସାଇବର ଥାନାରେ ଏତଲା ଦାୟର କରିଛନ୍ତି । ପ୍ରଫେସର ଦାସଙ୍କ ଏତଲା ଅନୁଯାୟୀ, ଜଣେ ବ୍ୟକ୍ତି ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ପରିଚୟ ଦେଇ ତାଙ୍କୁ ଡିଜିଟାଲ ଆରେଷ୍ଟ କରାଯାଇଥିବା କହିଥିଲେ ଫଳରେ ପ୍ରଫେସର ଦାସ ସମ୍ପୃକ୍ତ ବ୍ୟକ୍ତିକୁ ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ସୂଚନା ଦେଇଥିଲେ।କିଛି ସମୟ ପରେ କୁଳପତି ୧୪ ଲକ୍ଷ ଟଙ୍କାର ଚେକ ଦୁବୃର୍ତ୍ତଙ୍କ ଆକାଉଣ୍ଟରେ ଜମା କରିଥିଲେ । ଏବେ ତଦନ୍ତ ଜାରି ଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।
