ଭରତପୁର ଥାନାର କଳା କାହାଣୀ କହିଲେ ପୀଡ଼ିତା ଅଙ୍କିତା ପ୍ରଧାନ

ଆଇଆଇସି ଦୀନକୃଷ୍ଣ ମିଶ୍ର ବିରୁଦ୍ଧରେ କୋହ ଭରା କଣ୍ଠରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଲେ ପୀଡ଼ିତ ଅଙ୍କିତା ପ୍ରଧାନ । ଅଙ୍କିତା ପୂର୍ବତନ ଆଇ ଆଇସିଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମର ଅଭିଯୋଗ ଆଣିଲେ ।ଶନିବାର ରାତିର ଘଟଣା ସମ୍ପର୍କରେ କାନ୍ଦି କାନ୍ଦି ପୁରା ଘଟଣାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କହିଲେ । ଜଣେ ଓକିଲ ହିସାବରେ ପୋଲିସ ସମ୍ମୁଖରେ ନିଜ ଉପରେ ହୋଇଥିବା ନିର୍ଯାତନାକୁ ଏଫ ଆଇ ଆର ରଖିବାକୁ ଦାବି କରୁଥିବା ବେଳେ ପୋଲିସ୍ ର ତାଙ୍କ ପ୍ରତି ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ପ୍ରତି ହୋଇଥିବା ଅକଥନୀୟ ଅତ୍ୟାଚାର କେଉଁ ଭଳି ଆଇନ ବୋଲି ପ୍ରଶ୍ନ କଲେ ଅଙ୍କିତା ।

ଏବେ ଶୁଣିବା ପୋଲିସର ବର୍ବରତା କାହାଣୀ । ପ୍ରଥମେ ଚୁଟି ଧରି ଘୋଷାଡି ନେଇଥିଲେ ତା ପରେ ପରେ ଜଣେ ଲେଡି କନେଷ୍ଟବଳ ତାଙ୍କ ବେକ ଧରିଥିବା ବେଳେ ଅନ୍ୟ ଜଣେ କନେଷ୍ଟବଳ ତାଙ୍କ ଜ୍ୟାକେଟରେ ତାଙ୍କ ହାତ ବାନ୍ଧି ଦେବା ସହ ଅନ୍ୟ ଜଣେ ଲେଡୀ କନେଷ୍ଟବଳ ତାଙ୍କ ଗୋଡ଼ ବାନ୍ଧି ଦେଇ ରୁମ୍ ରେ ବନ୍ଦ କରିଦେଇଥିଲେ । ନିଜର ପ୍ରତିରକ୍ଷା ପାଇଁ ଅଙ୍କିତା ଚିତ୍କାର କରିଥିଲେ ବୋଲି ପୁରୁଷ କନେଷ୍ଟବଳ ଏବଂ ଲେଡୀ କନେଷ୍ଟବଳ ମିଶିକି ମାଡ଼ ମାରିଥିଲେ । ପରେ ଭୋରୁ ଆଇଆଇସି ଆସି ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ତାଙ୍କର ୨ କନେଷ୍ଟବଳଙ୍କ ସହ । ତେବେ ଆଇଆଇସି ଦୀନକୃଷ୍ଣ ମିଶ୍ର ୨୦୨୨ ମସିହା ନଭେମ୍ବର ମାସରେ କଟକ ଐତିହାସିକ ବାଲିଯାତ୍ରା ସମୟରେ କଟକ କ୍ୟାଣ୍ଟନମେଣ୍ଟ ଥାନାଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ପାର୍କିଙ୍ଗ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସସପେଣ୍ଡ ହୋଇଥିଲେ। ତାଙ୍କୁ ସେତେବେଳେ କଟକ ଡିସିପି କାର୍ଯ୍ୟାଳୟକୁ ବଦଳି କରାଯାଇଥିଲେ ମଧ୍ୟ ମାତ୍ର ଅଳ୍ପ କିଛି ଦିନ ପରେ ଭରତପୁର ଆଦର୍ଶ ଥାନାକୁ ଆଇଆଇସି ଭାବେ ବଦଳି କରାଯାଇଥିଲା।ଦୀନକୃଷ୍ଣ ମିଶ୍ରଙ୍କ ଭଳି ଜଣେ ଲାଞ୍ଚୁଆ ଅଧିକାରୀଙ୍କୁ କେଉଁ ଆଧାରରେ ଭରତପୁର ଥାନା ଦାୟିତ୍ୱ ଦିଆଯାଇଥିଲା, ତାହା ଏବେ ପ୍ରଶ୍ନବାଚୀ।