ମୋ ଜିବନ ପ୍ରତି ବିପଦ ରହିଛି -ଲେଖାଶ୍ରୀ

ବିଜେଡିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ଏନେଇ ଲେଖାଶ୍ରୀଙ୍କ ଅଭିଯୋଗ ପରେ ସନ୍ତୋଷ ଖଟୁଆଙ୍କ ନାମରେ ମାମଲା ରୁଜୁ କରିଛି ଭୁବନେଶ୍ୱର ମହିଳା ଥାନା । U/S-୭୫(୧): ଯୌନ ନିର୍ଯାତନା, ୭୦ ଅଶାଳୀନ ମନ୍ତବ୍ୟ ରଖିବା, ୨୯୬: ସର୍ବସାଧାରଣରେ ଗାଳି ଗୁଲଜ କରିବା, ୩୫୬: ମାନହାନୀ କରିବା ଭଳି ଦଫା ଲାଗିଛି । ତେବେ ମୋ ବାବଦରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଘୃଣ୍ୟ I ଏନେଇ ଅପରାଧିକ ମାମଲା ରୁଜୁ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ନାଁରେ ଶୁକ୍ରବାର ଦେଇଥିଲେ ଏତଲା। ଆଜି ଥାନାରୁ ଗ୍ରହଣ କଲେ ଏତଲା କପି। ସନ୍ତୋଷ ଖଟୁଆଙ୍କ ନାଁରେ ଲାଗିଛି ବିଏନ୍‌ଏସ୍‌ ର ୪ଟି ଦଫା । ଲେଖାଶ୍ରୀ କହିଛନ୍ତି କି, ମୋ ବାବଦରେ ସନ୍ତୋଷ ଖଟୁଆ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଘୃଣ୍ୟ । ଏନେଇ ଅପରାଧିକ ମାମଲା ରୁଜୁ କରାଯାଇ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେ ଆହୁରି କହିଛନ୍ତି ଯେ ବିଧାୟକଙ୍କ ଫାର୍ମ ହାଉସ ଠାରୁ ମୋ ଘର ଅଳ୍ପ ଦୂରରେ । ତେଣୁ କିଛି ବି ଅଘଟଣ ଘଟିପାରେ । ମୋ ଜିବନ ପ୍ରତି ବିପଦ ରହିଛି । ମୋତେ ସୁରକ୍ଷା ଦିଆଯାଉ । ଏ ସଂପର୍କରେ ମୁଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ।

You might also like