BiggBoss ବିଜେତା ମୁନାୱର ଫାରୁକି

ରିଅଲିଟି ଶୋ’ ବିଗ୍‌ ବସ୍‌ ୧୭ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ରବିବାର ରାତିରେ ଶେଷ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ତଥା ରନର୍ସ ଅପ୍‌ ଅଭିଷେକ କୁମାରଙ୍କୁ ପଛରେ ପକାଇ ମୁନାଓ୍ବର ଫାରୁକି ବିଗ୍‌ ବସ୍‌-୧୭ ବିଜୟୀ ଘୋଷିତ ହୋଇଛନ୍ତି। ୩୨ ବର୍ଷୀୟ ମୁନାୱରଙ୍କୁ ଟ୍ରଫି ସହ ନଗଦ ୫୦ ଲକ୍ଷ ଟଙ୍କା ଏବଂ ଏକ ହ୍ୟୁଣ୍ଡାଇ କ୍ରେଟା କାର୍‌ ମିଳିଛି।ବିବାଦୀୟ ରିଆଲିଟି ଶୋ’ର ଗ୍ରାଣ୍ଡ ଫାଇନାଲ ବିଜୟ ଘୋଷଣା ସମୟକୁ ସମସ୍ତେ ଅପେକ୍ଷା କରିଥିଲେ। ଶୋ’ର ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ମୁନାୱର ଫାରୁକିଙ୍କୁ ବିଜୟୀ ଘୋଷଣା କରିଥିଲେ।

ଟପ୍‌ ୫ରେ ପ୍ରତିଯୋଗୀମାନେ ଥିଲେ ଅଭିଷେକ କୁମାର, ଅଙ୍କିତା ଲୋଖଣ୍ଡେ, ମନ୍ନାରା ଚୋପ୍ରା ଓ ଅରୁଣ ମଶେଟ୍ଟି।୧୯୯୨ ଜାନୁଆରୀ ୨୮ରେ ଗୁଜରାଟର ଜୁନାଗଡ଼ରେ ଏକ ମୁସଲିମ୍‌ ପରିବାରରେ ଜନ୍ମିତ ମୁନାଓ୍ବରଙ୍କର ଅଭିନୟ ପ୍ରତି ପିଲାବେଳୁ ଦୁର୍ବଳତା ରହିଥିଲା। ପରିବାରର ଆର୍ଥତ୍କ ସ୍ଥିତି ଭଲ ନ ଥିବାରୁ ସେ ପଞ୍ଚମରୁ ପଢ଼ା ଛାଡ଼ିଦେଇଥିଲେ। ୧୪ ବର୍ଷ ବୟସରେ ମା’ଙ୍କୁ ହରାଇବା ପରେ ମୁମ୍ବାଇ ଯାଇ କ୍ୟାରିୟର ପାଇଁ ସଂଘର୍ଷ କରିଥିଲେ। ହାସ୍ୟାଭିନେତା ଭାବେ କେତେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସେ ସୁନାମ ଅର୍ଜନ କରିଥିଲେ। ୩୨ତମ ଜନ୍ମଦିନରେ ବିଗ୍‌ ବସ୍‌ ମୁକୁଟ ତାଙ୍କ ପାଇଁ ସର୍ବୋତ୍ତମ ବାର୍ଥ ଡେ’ ଗିଫ୍ଟ ସଦୃଶ ହୋଇଛି।