ଓଡ଼ିଶାରେ ବାର୍ଡ ଫ୍ଲୁ ସଂକ୍ରମଣ ସ୍ପଷ୍ଟ

ଓଡ଼ିଶାରେ ବାର୍ଡ ଫ୍ଲୁ ସଂକ୍ରମଣ ସ୍ପଷ୍ଟ ହୋଇଛି । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ । ନମୁନା ପରୀକ୍ଷଣ ପରେ ସାମ୍ନାକୁ ଆସିଛି ରିପୋର୍ଟ । ଭୋପାଳ ସ୍ଥିତ NIHSADରୁ ରିପୋର୍ଟ ଆସିଥିବା ସୂଚନା ।ଡେଲାଙ୍ଗ ସଂକ୍ରମିତ ଅଞ୍ଚଳରୁ ୬ ହଜାର ୫୦୦ କୁକୁଡ଼ା ମାରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ସଂକ୍ରମଣ ହୋଇଥିବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ କଡ଼ା ନଜର ରଖାଯିବ । ଡେଲାଙ୍ଗ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୋମନାଥ ଦାସ ଏହି ସୂଚନା ଦେଇଛନ୍ତି । ପ୍ରତିବର୍ଷ ବାର୍ଡ ଫ୍ଲୁ ଚିହ୍ନଟ ପରେ ଅନେକ କୁକୁଡ଼ା ଚାଷୀଙ୍କ ଫାର୍ମ ଖାଲି ହୋଇଯାଇଛି । ତେବେ ଲକ୍ଷ ଲକ୍ଷ ଟଙ୍କା ଋଣ କରି କୁକୁଡା ଚାଷ କରିଥିବା ଚାଷୀ ବ୍ୟାଙ୍କ ଋଣ ପୈଠ କରିବା କଷ୍ଟକର ହୋଇପଡିଛି । ପୁଣି ଋଣ କରି ଚାଷ କରିବା କଥା ଭାବିଲେ ବି ଡର ଲାଗୁଛି ।

ବିଶେଷ କରି ପୁରୀ ଜିଲ୍ଲାର ପିପିଲି ସତ୍ୟବାଦୀ, ନିମାପଡ଼ା ଓ ଡେଲାଙ୍ଗକୁ ଡେଉଁଛି ବାର୍ଡ ଫ୍ଲୁ ସଂକ୍ରମଣ । ଫଳରେ RRT ଟିମ୍ ପକ୍ଷରୁ ହଜାର ହଜାର କୁକୁଡାଙ୍କୁ ମାରି ଖାଲ କରି ପୋତି ଦିଆଯାଉଛି । ଏଥିସହ ଫାର୍ମ ସ୍ଥଳରେ ବ୍ଲିଚିଂ ପକାଇ ସାନିଟାଇଜ୍ କରାଯାଉଛି । ସଂକ୍ରମିତ ଅଞ୍ଚଳରୁ ପକ୍ଷୀ ନେବା ଆଣିବା ନିଷେଧ କରାଯାଇଛି ।

You might also like