ଓଡିଶା ବିଜେପି ପାଇବ ନୂଆ ମଙ୍ଗୁଆଳ । ଆସନ୍ତା ୨୬ ତାରିଖରେ ବିଜେପିର ସାଙ୍ଗଠନିକ ନିର୍ବାଚନ କର୍ମଶାଳା ।

ଆରମ୍ଭ ହେଲା ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି, ଆସନ୍ତା ୨୬ ତାରିଖରେ ବିଜେପିର ସାଙ୍ଗଠନିକ ନିର୍ବାଚନ କର୍ମଶାଳା ଅନୁଷ୍ଠିତ ହେବ। ଏହି ପ୍ରକ୍ରିୟା ଦୁଇ ତିନି ମାସ ପର୍ଯ୍ୟନ୍ତ ଚାଲିବ ଏବଂ ନୂଆ ବର୍ଷକୁ ବିଜେପି ପାଇବ ନୂଆ ମଙ୍ଗୁଆଳ। ଅନ୍ୟପଟେ ବୁଥ୍, ମଣ୍ଡଳ, ଜିଲ୍ଲା ଏବଂ ରାଜ୍ୟ ଭିତ୍ତିରେ ହେବ ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ । ରାଜ୍ୟ ନିର୍ବାଚନ ଅଧିକାରୀ ଆଗାମୀ ଦୁଇ ଦିନ ଭିତରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତ କରିବେ ବୋଲି ସେ ସୂଚନା ଦେଇଛନ୍ତି ।