ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଓଡ଼ିଶା: କୃଷ୍ଣଚନ୍ଦ୍ର ପାତ୍ର
ଆତଙ୍କବାଦୀଙ୍କ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ‘ଅପରେସନ ସିନ୍ଦୂର’ରେ ସୀମିତ ରହିବନି ଆକ୍ସନ । ପ୍ରଧାନମନ୍ତ୍ରୀ କହିଛନ୍ତି ଆଗକୁ ଆହୁରି ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଓଡିଶା ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ଅଛି । ଯଥେଷ୍ଟ ପରିମାଣରେ ଆତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମହୁଜଦ ରହିଛି । କୌଣସି ପ୍ରକାର କଳାବଜାରୀକୁ ପ୍ରଶୟ ଦିଆଯିବ ନାହିଁ । ସରକାରଙ୍କ ଟାର୍ଗେଟରେ ରହିଛି ମାର୍କେଟ କହିଲେ ଯୋଗାଣ ମନ୍ତ୍ରୀ । ଅନ୍ୟପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ରବି ଧାନ ପାଇଁ ପଞ୍ଜୀକରଣ ସରିଛି । ଏଥର ଆମେ ୨୦ଟି ଜିଲ୍ଲାକୁ ନେଇଛୁ । ଆଗରୁ ୧୭ ଜିଲ୍ଲାରେ ପଞ୍ଜୀକରଣ ହେଉଥିଲା । ପଞ୍ଜୀକରଣ ପରେ ସାଟେଲାଇଟ୍ ସର୍ଭେ କରାଯିବ । ସପ୍ତାହେ ଭିତରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ମଣ୍ଡି ଦାୟିତ୍ୱରେ ରହିବେ ନୋଡାଲ ଅଫିସର । ଆମର ଟାର୍ଗେଟ୍ ୧୫ ଲକ୍ଷ ମେଟ୍ରିକ୍ ଟନ୍ ରହିଛି ।
