ଭାରତୀୟ ସେୟାର ବଜାରରେ ଭୂକମ୍ପ

ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ପରେ, ଶେୟାର ବଜାରର ହ୍ରାସ ଥମିବାର ନାଁ ନେଉନାହିଁ। ସୋମବାର ସକାଳେ ବଜାର ଖୋଲିବା ମାତ୍ରେ ବିଶେଷଜ୍ଞଙ୍କ ଦ୍ୱାରା କଳା ସୋମବାର ବା Black Monday ହେବାର ଆଶଙ୍କା ମଧ୍ୟରେ ସେନସେକ୍ସ ପ୍ରାୟ ୩୦୦୦ ପଏଣ୍ଟ ହ୍ରାସ ପାଇଥିଲା।୧୧୫୦ ପଏଣ୍ଟ ଡାଉନ୍‌‌ରେ ନିଫ୍ଟ ଖୋଲିଛି। ୧୯୦୦ ପଏଣ୍ଟ ଡାଉନ୍‌‌ ମିଡକ୍ୟାପ ରହିଥିବା ସୂଚନା ମିଳିଛି। ସେହିପରି ବିଭିନ୍ନ ଦେଶର ସେୟାର ମାର୍କେଟ ହ୍ରାସ ପାଇଛି। ଆଜି ଜାପାନର ନିକେଇ ବେଞ୍ଚ ମାର୍କ ଖୋଲିବା ମାତ୍ରେ ୮ ପ୍ରତିଶତ ତଳକୁ ଖସିଛି । ବଡ଼ବଡ଼ କମ୍ପାନୀଙ୍କ ସେୟାର ଧରାଶାୟୀ ହୋଇଛି ।

ତାଇୱାନ, ଚୀନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ସବୁ ଷ୍ଟକ ବଜାରରେ ଭୂକମ୍ପ । ତାଇୱାନରେ ୯.୭ ପ୍ରତିଶତ ହ୍ରାସ ସହ ଆରମ୍ଭ ହୋଇଛି କାରବାର। ଅଷ୍ଟ୍ରେଲିଆରେ ଷ୍ଟକ୍ ବଜାର ଖୋଲିବା ମାତ୍ରେ ୬.୩ ପ୍ରତିଶତ ହ୍ରାସ ପାଇଥିଲା । ଆଜିଠୁ ଆରମ୍ଭ ହୋଇଥିବା ସପ୍ତାହକୁ ନୂଆ ଟ୍ରେଡିଂ ୱିକ୍ ବୋଲି କୁହାଯାଉଛି ।ଆମେରିକୀୟ ଟେଲିଭିଜନ ପର୍ସନାଲିଟି ଏବଂ ମାର୍କେଟ ଏକ୍ସପର୍ଟ ଜିମ କ୍ରାମର୍‌ ଷ୍ଟକ ବଜାର ବିଷୟରେ ଏକ ଭୟଙ୍କର ଭୟ ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ ସୋମବାର, ଏପ୍ରିଲ ୭, ୧୯୮୭ ପରି ଷ୍ଟକ ବଜାର ପାଇଁ ସବୁଠାରୁ ଖରାପ ଦିନ ପ୍ରମାଣିତ ହୋଇପାରେ! ସିଏନବିସିରେ ତାଙ୍କ ଶୋ’ ମ୍ୟାଡ ମନିରେ, କ୍ରାମର୍‌ ସ୍ପଷ୍ଟ ଭାବରେ ଚେତାବନୀ ଦେଇଥିଲେ ଯେ ଯଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିଶୋଧମୂଳକ ଶୁଳ୍କ ଲାଗୁ କରିନଥିବା ଦେଶମାନଙ୍କ ସହିତ ଯୋଗାଯୋଗ ନ କରନ୍ତି, ତେବେ ଏହା ୧୯୮୭ ପରି କ୍ରାସ ହୋଇପାରେ।

You might also like