ଆସନ୍ତାକାଲିଠୁ ଡେଙ୍ଗୁ ପ୍ରତିହତ ପାଇଁ BMC ପାଳିବ ଡ୍ରାଏ ଡେ
ଡେଙ୍ଗୁ ନିୟନ୍ତ୍ରଣ କରିବାକୁ କାଲିଠୁ ଡ୍ରାଏ ଡେ ପାଳନ କରିବ ବିଏମସି । ସହରର ସମସ୍ତ ୱାର୍ଡରେ ଡ୍ରାଏ ଡେ ପାଳନ କରାଯିବ । ଫୁଲକୁଣ୍ଡ ଓ ପାଣି ଜମିଥିବା ପାତ୍ରକୁ ଓଲଟାଇ ରଖିବାକୁ ଅପିଲ କରାଯାଇଥିବା ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ମେୟରଙ୍କ କହିବା ଅନୁସାରେ , ପୂରା ସହରରେ ଡେଙ୍ଗୁ ନିୟନ୍ତ୍ରଣ କରିବାକୁ କର୍ପୋରେଟର ମାନଙ୍କର ଏକ ଟ୍ରେନିଙ୍ଗ ସେସନ୍ କରାଯାଇଛି । ନିଜ ନିଜ ୱାର୍ଡରେ କିଭଳି ଲୋକଙ୍କୁ ସଚେତନ କରିବା ସହ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବେ ସେନେଇ ଟିପ୍ସ ଦିଆଯାଇଛି ।
ଏହାସହ ଡେଙ୍ଗୁ ନିରୋଧ ଅଭିଯାନ ପାଇଁ ବିଏମସି ପକ୍ଷରୁ ଅଧିକ ୭୦ ଜଣ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି, ଯେଉଁମାନେ ୬ ମାସ ପାଇଁ କାମ କରିବେ । ଏମାନେ ମଶା ପ୍ରବଣ ସ୍ଥାନଗୁଡ଼ିକୁ ଚିହ୍ନଟ କରି ସେଠାରେ ମଶା ତେଲ ସିଞ୍ଚନ କରିବେ । ଆସନ୍ତାକାଲିଠୁ ଟାୟାର ଲିଫଟିଙ୍ଗ ମଧ୍ୟରେ କରାଯିବ । ସମସ୍ତ ୱାର୍ଡରେ ବୁଲୁଥିବା ସଫେଇ ଗାଡି ଗୁଡିକୁ ଡେଙ୍ଗୁ ଆୱାରନେସରେ ବ୍ୟବହାର କରାଯିବ ସହ ସମସ୍ତ ଟ୍ରାଫିକ ପୋଷ୍ଟରେ ମଧ୍ୟ ଡେଙ୍ଗୁ ନେଇ ସଚେତନ କରାଯିବ । ଏହାସହ ଗତବର୍ଷ ଯେଉଁ ୱାର୍ଡଗୁଡିକରେ ଅଧିକ ସଂଖ୍ୟକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେହି ୱାର୍ଡ ଉପରେ ବିଶେଷ ଭାବରେ ଧ୍ୟାନ ଦିଆଯିବ ବୋଲି ସୂଚନା ଦେଇଛନ୍ତି ବିଏସି ମେୟର ।
