ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବିଏମ୍‌ସ ଚଢ଼ାଉ

ଦଶହରା ପାଇଁ ଶାରା ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଛି। ପୂଜା ମଣ୍ଡପ ସାଙ୍ଗକୁ ଆକର୍ଷଣୀୟ ଖାଦ୍ୟ ବେଶ୍‌ ଆକୃଷ୍ଠ କରିଛି ଲୋକଙ୍କୁ। ତେବେ ବିଭିନ୍ନ ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବିଏମ୍‌ସ ଚଢ଼ାଉ କରିଛି। ବିଭିନ୍ନ ଫାଷ୍ଟଫୁଡ ଦୋକାନରେ ଫୁଡ ସେଫ୍ଟି କମିଶନଙ୍କ ଯାଞ୍ଚ ଚାଲିଛି। ରସୁଲଗଡ଼, ନୟାପଲ୍ଲୀ, ବରମୁଣ୍ଡା ପୂଜା ବଜାରରେ ଚଢ଼ାଉ ହୋଇଛି। ବାସି ଖାଦ୍ୟ ଓ ରଙ୍ଗ ମିଶା ଖାଦ୍ୟ ବିକ୍ରି ଅଭିଯୋଗରେ ରେଡ ଚାଲିଛି। ବିପୁଳ ପରିମାଣର ବାସି ଓ ରଙ୍ଗ ମିଶା ଖାଦ୍ୟ ଟିମ୍‌ ନଷ୍ଟ କରିଛି। ଆଜି ବିଭିନ୍ନ ଖାଦ୍ୟ ଷ୍ଟଲରେ ଚଢ଼ାଉ କରାଯାଇ ବାସି, ଅପମିଶ୍ରିତ ରଙ୍ଗ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖାଦ୍ୟକୁ ନଷ୍ଟ କରି ଦିଆଯାଇଛି। ଯଦି ସେମାନେ ପୁଣି ଏପରି ଖାଦ୍ୟ ଲୋକମାନଙ୍କୁ ଦେବେ ତାଙ୍କ ବିରୋଧରେ ଆକ୍ସନ ନିଆଯିବ ଏଥିସହ ଜୋରିମାନା କରାଯିବ।