ପାରାଦୀପରେ ମାଛଧରା ବୋଟରୁ ୧ କୋଟି ଟଙ୍କାର ଗୁଆ ଜବତ
ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପକ୍ଷରୁ ପାରାଦୀପ ସମୁଦ୍ରରୁ ବିପୁଳ ପରିମାଣର ଗୁଆ ଜବତ କରାଯାଇଛି।। ବୋଟ୍କୁ ଭାରତୀୟ ଜଳ ସୀମାର ପଶ୍ଚିମବଙ୍ଗ ଓ ବାଙ୍ଗାଦେଶ ବର୍ଡର ନିକଟରୁ ଜବତ କରିଛି କୋଷ୍ଟଗାର୍ଡ । ବୋଟ୍ର ନାମ ମା’ ବାସନ୍ତୀ ହୋଇଥିବା ବେଳେ, ବୋଟ୍ରେ ଅଛନ୍ତି ୧୪ ଜଣ ବ୍ୟକ୍ତି । ତଲାସୀ ସମୟରେ ଜାହାଜରୁ ପ୍ରାୟ ୪୫୦ ବସ୍ତା ଗୁଆ ମିଳିଥିଲା। ପ୍ରତ୍ୟେକ ବସ୍ତାର ଓଜନ ପ୍ରାୟ ୫୦-୬୦ କିଲୋଗ୍ରାମ ଥିଲା ବେଳେ ମୋଟ ଓଜନ ୨୫ ଟନ୍ ବୋଲି ଜଣାପଡିଛି। ତେବେ ଏହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।ଏଫବି ମା ବାସନ୍ତୀ (ରେଜିଷ୍ଟର ନମ୍ବର WB-DS-MM-10023) ପଶ୍ଚିମବଙ୍ଗର ଦକ୍ଷିଣ ୨୪-ପରଗନା ଜିଲ୍ଲାର କାକଦ୍ୱୀପ ମାଛ ଧରିବା ବନ୍ଦରରୁ ଆସିଛି। ଅପରପକ୍ଷରେ ୧୪ ଜଣିଆ କ୍ରୁଙ୍କ ପାଖରେ ଲାଇସେନ୍ସପ୍ରାପ୍ତ ମତ୍ସ୍ୟଜୀବୀଙ୍କୁ ପ୍ରଦାନ କରାଯାଇଥିବା କୌଣସି ବାୟୋମେଟ୍ରିକ୍ ପରିଚୟପତ୍ର ନଥିଲା।ସେମାନେ ଏହି ଗୁଆକୁ କେଉଁ ଉଦ୍ଦେଶ୍ୟରେ ନେଉଥିଲେ, ଆଗରୁ କେତେଥର ଯାଇଛନ୍ତି ଏବଂ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତଦନ୍ତ ପରେ ଜଣାପଡିବ ବୋଲି କୋଷ୍ଟଗାର୍ଡ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛି ।
