ଗୋବିନ୍ଦାଙ୍କ ଆଣ୍ଠୁରେ ବାଜିଲା ଗୁଳି, ICUରେ ହେଲେ ଭର୍ତ୍ତି

ଅଭିନେତା ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଆଜି ଭୋର ସାଢ଼େ ୪ଟାରେ ଗୋବିନ୍ଦା ତାଙ୍କ ଜୁହୁ ସ୍ଥିତ ବାସଭବନରୁ ବିମାନବନ୍ଦରକୁ ଯାଉଥିଲେ । ଏହି ସମୟରେ ତାଙ୍କ ବନ୍ଧୁକରୁ ମିସ୍ ଫାୟାର ହୋଇଯାଇଥିଲା । ସାମାନ୍ୟ ଅସାବଧାନତା ତାଙ୍କୁ ମହଙ୍ଗା ପଡିଛି। ନିଜ ଗୁଳିରେ ନିଜେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି।। କୁହାଯାଉଛି ଯେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।ସେ ବାହାରକୁ ଯାଇ ନିଜ ଲାଇସେନ୍ସପ୍ରାପ୍ତ ରିଭଲଭର ସଫା କରିବାକୁ ପ୍ରସ୍ତୁତ ହେଉଥିଲେ । ଏହାପରେ ହଠାତ୍ ଭୁଲବଶତଃ ଗୁଳି ବାଜିବାରୁ ସେ ଆହତ ହୋଇଥିଲେ ।