ପୁଣିଥରେ ଅଯୋଧ୍ୟା ରାମ ମନ୍ଦିରକୁ ବମ୍ ରେ ଉଡାଇଦେବାକୁ ଧମକ ମିଳିଛି ।
ପୁଣିଥରେ ଅଯୋଧ୍ୟା ରାମ ମନ୍ଦିରକୁ ବମ୍ ରେ ଉଡାଇଦେବାକୁ ଧମକ ମିଳିଛି । ଏହି ଧମକ ଶ୍ରୀରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆଇଡିକୁ ଇମେଲ୍ ମାଧ୍ୟମରେ ପଠାଯାଇଛି । ଏନେଇ ଅଯୋଧ୍ୟାର ସାଇବର ଥାନାରେ ଏଫଆଇଆର ରୁଜୁ ହେଇଛି । ଏହାସହ ମନ୍ଦିରର ମଧ୍ୟ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି ।ଦାଖଲ ହୋଇଥିବା ଏଫଆଇଆରରେ କୁହାଯାଇଛି ଯେ, ମେଲ୍ ପଠାଇଥିବା ବ୍ୟକ୍ତି ନିଜକୁ ଆଇଏସଆଇ ସେଲ ତାମିଲନାଡୁର ଇନଚାର୍ଜ ଭାବରେ ପରିଚୟ ଦେଇଛନ୍ତି । ସେ ତାଙ୍କ ଇମେଲରେ ଲେଖିଛନ୍ତି ଯେ ତାମିଲନାଡୁରେ ଘଟିଥିବା ଠକେଇରୁ ଧ୍ୟାନ ହଟାଇବା ପାଇଁ ଏହି ଆକ୍ରମଣ କରାଯିବ ।ତେବେ ରାଜ୍ୟର ୧୦-୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ଇମେଲ ଜରିଆରେ ଧମକ ମିଳିଛି । ସେମାବାର ରାତିରେ ରାମଜନ୍ମଭୂମି ଟ୍ରଷ୍ଟକୁ ମେଲ ଜରିଆରେ ଧମକ ମିଳିଥିଲା । ଧମକ ମିଳିବା ପରେ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇଥିଲା । ବାରବାଙ୍କୀ, ଫିରୋଜାବାଦ ଏବଂ ଚନ୍ଦୋଲୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ମିଳିଛି ।
