ପ୍ରାଣାୟମ ଓ ଯୋଗ ରେ ଭଲ ହେଉଛି ସ୍ତନ କର୍କଟ ରୋଗ।

ଟାଟା ମେମୋରିଆଲ୍ ସେଣ୍ଟର ତରଫରୁ କରାଯାଇଥବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ସ୍ତନ କର୍କଟର ଚିକିତ୍ସାରେ ଯୋଗ ବହୁତ ଲାଭଦାୟକ ହୋଇଥାଏ। ଗବେଷଣା ପାଇଁ ସ୍ତନ କର୍କଟ ରୋଗୀଙ୍କ ଚିକିତ୍ସାରେ ଯୋଗକୁ ସାମିଲ କରାଯାଇଥିଲା। ଗବେଷକମାନେ ଜାଣିବାକୁ ପାଇଥିଲେ ଯେ ସ୍ତନ କର୍କଟ ରୋଗୀଙ୍କୁ ଯୋଗରୁ ସୁଫଳ ମିଳୁଛି। ଏହାଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଛି ଏବଂ ମୃତ୍ୟୁ ଆଶଙ୍କା ମଧ୍ୟ କମ୍ ହେଉଛି। ଯୋଗକୁ ସାମିଲ୍ କରିବା ଦ୍ବାରା ରୋଗ ୧୫ ପ୍ରତିଶତ ରୋଗୀ ରୋଗ ମୁକ୍ତ ହେବାବେଳେ ହାରାହାରି ୧୪ ପ୍ରତିଶତ ସୁସ୍ଥ ହେଉଛନ୍ତି।

ଆମେରିକାରେ ପ୍ରସ୍ତୁତ ହୋଇଛି ଗବେଷଣା:

ଆମେରିକାରେ ଆୟୋଜିତ କରାଯାଇଥିବା ବିଶ୍ବର ସବୁଠୁ ପ୍ରତିଷ୍ଠିତ ସ୍ତନ କର୍କଟ ସମ୍ମିଳନୀ ମଧ୍ୟରୁ ଗୋଟିଏ ସାନ୍ ଆଣ୍ଟୋନିଓ ବ୍ରେଷ୍ଟ କ୍ୟାନ୍ସର ସମ୍ମିଳନୀ (SABCS) ରେ ଡା ନୀତା ନାୟର ସ୍ପଟଲାଇଟ୍ ରିସର୍ଚ୍ଚ ପେପର ପ୍ରସ୍ତୁତ କରିଥିଲେ। ଏଥିରେ ସ୍ତନ କର୍କଟରୁ ସୁସ୍ଥ ହେବା ପାଇଁ ଯୋଗକୁ ସାମିଲ୍ କରିବାର ଐତିହାସିକ ପ୍ରଶିକ୍ଷଣ ପ୍ରଭାବ ପ୍ରସ୍ତୁତ କରାଯାଇଥିଲା। ସ୍ତନ କର୍କଟର ଚିକିତ୍ସା ପାଇଁ ଯୋଗ ପ୍ରେଟୋକୋଲରେ ବିଶ୍ରାମ ଏବଂ ପ୍ରାଣାୟମର ନିୟମିତ ଅବଧି ସହ ବିଭିନ୍ନ ଆସନ ଏବଂ ସ୍ବାସ୍ଥ୍ୟକର ଆସନକୁ ସାମିଲ୍ କରାଯାଇଥିଲା। ଏହି ଆସନକୁ ଯୋଗ୍ୟ ଏବଂ ଅନୁଭବୀ ଯୋଗ ପ୍ରଶିକ୍ଷକଙ୍କ ଦ୍ବାରା ଲାଗୁ କରାଯାଇଥିଲା।

ପ୍ରାଣାୟମ ଏବଂ ବିଭିନ୍ନ ଆସନକୁ କରାଯାଇଛି ସାମିଲ୍:

ସ୍ତନ କର୍କଟ କେବଳ ଭାରତରେ ନୁହେଁ ବରଂ ବୈଶ୍ବିକ ସ୍ତରରେ ମହିଳାଙ୍କୁ ପ୍ରଭାବିତ କରୁଥିବା ସାଧାରଣ କ୍ୟାନ୍ସର ରୋଗ। ଏହାକୁ ନେଇ ମହିଳାମାନେ ଅଧିକ ଚିନ୍ତିତ ରହିଥାନ୍ତି। ମହିଳାମାନେ କ୍ୟାନ୍ସରର ବିପଦ ଏବଂ ଏହାର ଦୁଃଷ୍ପ୍ରଭାବ ଏବଂ ଏହା ସହ ଲଢ଼ିବା ଚିନ୍ତାକୁ ନେଇ ଅଧିକ ଚିନ୍ତିତ ରହିଥାନ୍ତି। ଆଶ୍ବସ୍ତିକର ଖବର ଏହା ଯେ ପରିଶ୍ରମ ଏବଂ ଦୃଢ଼ତାର ସହ ଯୋଗ ଅଭ୍ୟାସ ଦ୍ବାରା ଏହା ସହ ଲଢ଼ିବା ସହଜ ହେଉଛି। ଯୋଗ ଏହି ରୋଗର ପୁନରାବୃତ୍ତି ଏବଂ ଏହା ଯୋଗୁଁ ହେଉଥିବା ମୃତ୍ୟୁ ଆଶଙ୍କା ୧୫ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିଛି।