ବଜେଟରେ ବିହାର ଉପରେ କେନ୍ଦ୍ର ମେହେରବାନ୍ ।

ବଜେଟରେ ବିହାର ଉପରେ କେନ୍ଦ୍ର ମେହେରବାନ୍ । ବିହାର ପାଇଁ ବଜେଟରେ ବଡ ଘୋଷଣାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହେଲାଣି । ଚଳିତ ବର୍ଷ ଶେଷ ଭାଗରେ ବିହାରରେ ବିଧାନସଭା ନିର୍ବାଚନ ଥିବା ବେଳେ ବିହାର ପାଇଁ ହାତ ଖୋଲି ଦେଇଛନ୍ତି କେନ୍ଦ୍ର ସରକାର । ମାଖନା ଚାଷୀଙ୍କ ପାଇଁ ମାଖନା ବୋର୍ଡ, ମାଖନା କୃଷିକୁ ପ୍ରୋତ୍ସାହନ ଓ ପାଟନା ଆଇଆଇଟି ଭିତ୍ତିଭୂମି ବିକାଶ ପାଇଁ ସ୍ବତନ୍ତ୍ର ଅନୁଦାନ| ବିହାରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଫୁଡ୍ ଟେକ୍ନୋଲୋଜିର ପ୍ରତିଷ୍ଠା ଓ ଏଥିସହିତ ପାଟନା ବିମାନବନ୍ଦରର ସମ୍ପ୍ରସାରଣ, ନୂଆ ଗ୍ରୀନଫିଲ୍ଡ ବିମାନବନ୍ଦର | ମିଥିଳାଞ୍ଚଳରେ ପଶ୍ଚିମ କୋଶି କେନାଲ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ମିଳିଛି |ବଜେଟରେ ବିହାରକୁ ଫୋକସକୁ ସମାଲୋଚନା କରିଛନ୍ତି ବିରୋଧୀ ।

ଏହା କେନ୍ଦ୍ର ସରକାରଙ୍କ ବଜେଟ୍ ନା ବିହାରର ବଜେଟ୍ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମନୀଷ ତିଓ୍ବାରୀ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟରେ ଅନ୍ୟ କୌଣସି ରାଜ୍ୟର ନାଁ ଶୁଣିବାକୁ ମିଳିଛି କି, ବୋଲି ଏକ୍ସରେ ସେ ପ୍ରଶ୍ନ କରିଛନ୍ତି । ସେହିପରି ବିହାରରେ ଆଗକୁ ନିର୍ବାଚନ ଥିବାରୁ ରାଜ୍ୟ ପାଇଁ ବଜେଟରେ ଘୋଷଣା ହେବା ସ୍ବାଭାବିକ । ତେବେ ଏନଡିଏର ଅନ୍ୟତମ ସହଯୋଗୀ ଟିଡିପି କ୍ଷମତାରେ ରହିଥିବା ଆନ୍ଧ୍ରପ୍ରଦେଶକୁ କାହିଁକି ଏଭଳି କ୍ରୁରତାର ସହ ଅବହେଳା କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଯେହେତୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଛି ତେଣୁ ଲୋକଙ୍କ ଆଶା ମଧ୍ୟ ଦୁଇଗୁଣା ବଢିଥିଲା। ପ୍ରାକ୍ ବଜେଟ ପରାମର୍ଶ ବୈଠକରେ ଓଡ଼ିଶା ପାଇଁ ୯ଟି ଦାବି ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯେଉଁଥିରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ଆର୍ଥିକ ଅନୁଦାନ ଭଳି ଗୁରୁତ୍ବପୂର୍ଣ୍ଣ ଦାବି ରହିଥିଲା।

You might also like