ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ।
ଆଜି ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ରାଜଧାନୀ ଛାତି ଉପରେ ପୁଣି ଏକ ମର୍ଡର। ରାଜଧାନୀ ଭୁବନେଶ୍ୱରରେ ବିଲ୍ଡରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ବିଚ୍ ରାସ୍ତାରେ ବିଲ୍ଡରଙ୍କୁ ପିଟିପିଟି ମାରିଦେଲେ ଦୁର୍ବୃତ୍ତ।ଜମିବାଡିକୁ କେନ୍ଦ୍ର କରି ଏତେ ବଡ଼ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମୃତ ବିଲ୍ଡରଙ୍କ ଘର ଏୟାରଲିଫ୍ଟ ଥାନା ଭୀମପୁର ଅଞ୍ଚଳରେ। ଘଟଣାସ୍ଥଳରେ ଓୟାରଲିଫ୍ଟ ଥାନା ପୋଲିସ ପହଞ୍ଚି ଛାନଭିନ୍ କରୁଛି। କ୍ୟାପିଟାଲ ହସ୍ପିଟାଲରେ ମୃତଦେହକୁ ରଖାଯାଇଛି।
