ମେଣ୍ଟ ନୁହେଁ ଏକାକୀ ଲଢିବ ଥାଲାପତି ବିଜୟଙ୍କ ପାର୍ଟି ଟିଭିକେ

୨୦୨୬ ତାମିଲନାଡ଼ୁ ନିର୍ବାଚନକୁ ନେଇ ଟିଭିକେ(ତାମିଲଗା ଭେଟ୍ଟ୍ରି କାଝାଗମ୍‌) ଦଳ ଶୁକ୍ରବାର ବଡ଼ ଘୋଷଣା କରିଛି। ଅଭିନେତା ଥଲପତି ବିଜୟ ହୋଇଛନ୍ତି ଦଳର ମୁଖ୍ୟମନ୍ତ୍ରୀ ଚେହେରା। ଚେନ୍ନଇରେ ବସିଥିବା ଟିଭିକେ ଦଳୀୟ ବୈଠକରେ ଅଭିନେତାରୁ ରାଜନେତା ପାଲଟିଥିବା ଜୋସେଫ୍‌ ବିଜୟ ଚନ୍ଦ୍ରଶେଖର ଓରଫ୍‌ ଥଲପତି ବିଜୟଙ୍କୁ ୨୦୨୬ ତାମିଲନାଡ଼ୁ ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇଛି। ଗତବର୍ଷ ପ୍ରଥମାର୍ଦ୍ଧରେ ଲୋକପ୍ରିୟ ଅଭିନେତା ବିଜୟ ଟିଭିକେ ଦଳ ଗଠନ କରିଥିଲେ । ସମଗ୍ର ରାଜ୍ୟରେ ଥିବା ତାଙ୍କ ପ୍ରଶଂସକମାନଙ୍କ ଆଧାରରେ ବିଜୟ ରାଜନୀତିରେ ମଧ୍ୟ ଅନ୍ୟ ଦୁଇ ମେଣ୍ଟକୁ ଟକ୍କର ଦେବେ ବୋଲି ଆଶା ରଖିଛନ୍ତି । ସେଥିପାଇଁ ବିଜୟଙ୍କ ଟିଭିକେକୁ ଏଆଇଏଡିଏମକେ ମେଣ୍ଟରେ ସାମିଲ ପାଇଁ ବିଜେପି ବହୁ ଉଦ୍ୟମ କରିଛି ମାତ୍ର ଆଜିର ଘୋଷଣା ପରେ ବିଜୟଙ୍କ ନେତୃତ୍ବରେ ଟିଭିକେ ନିଜର ଏକ ମେଣ୍ଟ କରିବା ସ୍ପଷ୍ଟ ହୋଇଛି ।

You might also like