ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ
ଆଜି ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଶ୍ଵ ବିଦ୍ୟାଳୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। ଶିଳ୍ପ ନୀତି ୨୦୧୫ର୨ଟି ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି। ସେ କହିଛନ୍ତି, ସ୍ବାୟତ୍ତତା ସହ ବିଶ୍ବବିଦ୍ୟାଳୟକୁ ସଶକ୍ତ କରିବାକୁ ଲକ୍ଷ୍ୟ। କୁଳପତି ଚୟନରେ ଶିକ୍ଷାବିତ୍ମାନଙ୍କୁ ଜଡ଼ିତ କରାଯିବ। ବିଶ୍ବବିଦ୍ୟାଳୟଗୁଡ଼ିକୁ ମିଳିବ ଅଧିକ ସ୍ବାୟତ୍ତତା । ଅଧ୍ୟାପକ ନିଯୁକ୍ତି ଓ କୁଳପତି ଚୟନରେ ଆସିବ ସ୍ବଚ୍ଛତା ।ପ୍ରୋତ୍ସାହନ ପାଇଁ ଆବେଦନ ଦାଖଲର ସମୟସୀମା ୨ ବର୍ଷକୁ ବୃଦ୍ଧି ପାଇଛି। ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ବି ସଂଶୋଧନ ଅଣାଯାଇଛି।