ମୋଦୀଙ୍କ ଓଡିଶା ଗ୍ରସ୍ତ ପରେ ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ !

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପରେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇପାରେ ବୋଲି ସୂଚନା ମିଳିଛି। ତେବେ ରଥଯାତ୍ରା ପୂର୍ବରୁ କି ବାହୁଡା ଯାତ୍ରା ପରେ ହେବ ସେନେଇ ଚୂଡାନ୍ତ କରାଯାଇନି । ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀମାନେ ସେମାନଙ୍କ ବାର୍ଷିକ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦେଇ ସାରିଛନ୍ତି । ରିପୋର୍ଟ କାର୍ଡ ଆଧାରରେ କେଉଁ ମନ୍ତ୍ରୀ ରହିବେ ଓ କେଉଁ ମନ୍ତ୍ରୀଙ୍କ ପଦ ଯିବ ସେନେଇ ନିଷ୍ପତ୍ତି ନିଆଯିବ ।ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ୨୨ଜଣ ମନ୍ତ୍ରୀ ହୋଇପାରିବେ । ତେବେ ଗତ ବର୍ଷକ ମଧ୍ୟରେ ୬ମନ୍ତ୍ରୀ ପଦ ଖାଲି ପଡିଛି । ମୁଖ୍ୟମନ୍ତ୍ରୀ, ୨ଉପମୁଖ୍ୟମନ୍ତ୍ରୀ, ୮ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଶାଇ ମୋଟ ୧୬ଜଣ ମନ୍ତ୍ରୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଦର୍ଶନ ଭିତ୍ତିରେ କିଛି ମନ୍ତ୍ରୀଙ୍କ ମନ୍ତ୍ରୀପଦ ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ବିବାଦୀୟ ମନ୍ତବ୍ୟ ସହ ଗତ ବର୍ଷକ ମଧ୍ୟରେ ଯେଉଁ ମନ୍ତ୍ରୀମାନେ ଆଶାଜନକ ଭାବେ ପ୍ରଦର୍ଶନ କରିନାହାନ୍ତି, ସେମାନଙ୍କୁ ବାଦ ଦିଆଯାଇପାରେ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ୩ରୁ ୪ଜଣ ମନ୍ତ୍ରୀ ବାଦ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।୬ମନ୍ତ୍ରୀ ପଦ ଖାଲି ରହିଥିବା ବେଳେ ମନ୍ତ୍ରୀ ପଦ ପାଇଁ ବିଜେପିର ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଜୋରଦାର ଲବି ହେଉଥିବା ଚର୍ଚ୍ଚା ହେଉଛି । କେନ୍ଦ୍ରାପଡା, କଟକ, ସୁନ୍ଦରଗଡ଼, ବରଗଡ଼, ବାଲେଶ୍ବର, କଳାହାଣ୍ଡି, କନ୍ଧମାଳ ପରି ୧୭ଟି ଜିଲ୍ଲାକୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ବ ମିଳିନି । ସେହିପରି ବିଜେଡିରୁ ଆସିଥିବା ନେତା ବି ନିରାଶ ହୋଇଛନ୍ତି ।

You might also like