ଦିଲ୍ଲୀ ମଦ ସ୍କାମ୍: ୨ ହଜାର କୋଟିରୁ ଅଧିକ ରାଜସ୍ବ କ୍ଷତି

ହଟ୍ଟଗୋଳ, ବିରୋଧ ପରେ ବି ଦିଲ୍ଲୀ ବିଧାନସଭାରେ ଆଗତ ହେଲା ସିଏଜି ରିପୋର୍ଟ । ସିଏଜି ରିପୋର୍ଟ ଗୃହରେ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଯାହା ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୋଲ ଖୋଲିଛି । ଦିଲ୍ଲୀ ଅବକାରୀ ନୀତିକୁ ନେଇ ଏହି ଅଡିଟ୍ ରିପୋର୍ଟ ୨୦୧୭-୨୦୧୮ରୁ ୨୦୨୦-୨୦୨୧ ପର୍ଯ୍ୟନ୍ତ ଚାରୋଟି ଅବଧିରେ ରହିଛି ।

ମଦ ନୀତି ପରିବର୍ତ୍ତନ ଯୋଗୁ ୨୦୦୨ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ତଥ୍ୟରେ କୁହାଯାଇଛି । ୨୦୧୭-୧୮ ରୁ ୨୦୨୦-୨୧ ପର୍ଯ୍ୟନ୍ତ, ଚାରି ବର୍ଷ ମଧ୍ୟରେ ମଦ ଲାଇସେନ୍ସଗୁଡ଼ିକୁ ପୁନଃ ଟେଣ୍ଡର କରିବାରେ ବିଫଳ ହୋଇଥିଲେ ପୂର୍ବ ସରକାର । ଯେଉଁ କାରଣରୁ ଦିଲ୍ଲୀ ସରକାର ପ୍ରାୟ ୮୯୦ କୋଟି ଟଙ୍କାର ରାଜସ୍ୱ କ୍ଷତିର ସମ୍ମୁଖୀନ ହୋଇଛି। ସେହିପରି ଜୋନାଲ ଲାଇସେନ୍ସଧାରୀଙ୍କୁ ଦିଆଯାଇଥିବା ଛାଡ ଉପରେ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ନ ନିଆଯିବା ଯୋଗୁଁ, ୯୪୧ କୋଟି ଟଙ୍କାର କ୍ଷତି ହୋଇଛି । ଏହି ଭୁଲ ନିଷ୍ପତ୍ତି ଯୋଗୁଁ ଦିଲ୍ଲୀ ସରକାରଙ୍କୁ ବହୁତ କ୍ଷତି ସହିବାକୁ ପଡିଛି।ଏହି CAG ରିପୋର୍ଟରେ କୁହାଯାଇଛି ଯେ ନୂତନ ମଦ ନୀତି କାର୍ଯ୍ୟକାରୀ କରିବା ସମୟରେ, ଆମ ଆଦମୀ ପାର୍ଟି ଅନେକ ଗୁରୁତର ଅନିୟମିତତା କରିଛି, ଯେଉଁ କାରଣରୁ ସରକାରୀ ରାଜକୋଷକୁ ୨ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡିଛି।

You might also like