୫ ହଜାର କର୍ମୀଙ୍କ ନାଁରେ ମାମଲା । ଲାଗିଛି ଦଙ୍ଗା ଭିଆଇବା ସହ ୧୦ ସଙ୍ଗୀନ ଦଫା ।
କଂଗ୍ରେସ କର୍ମୀଙ୍କ ବିଧାନସଭା ଘେରାଉ ଘଟଣାରେ ୫ ହଜାରରୁ ଊଦ୍ଧର୍ବ କଂଗ୍ରେସ କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏହି କ୍ରମରେ ପିସିସି ସଭାପତି ଭକ୍ତ ଦାସଙ୍କ ନାଁରେ ବି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଦଙ୍ଗା ଭିଆଇବା, ଆଇନକୁ ହାତକୁ ନେବା ଭଳି ୧୦ ସଙ୍ଗୀନ ଦଫାରେ ମାମଲା ରୁଜୁ କରିଛି କମିଶନରେଟ ପୁଲିସ । ଗତ ୧୭ ତାରିଖରେ କଂଗ୍ରେସ ବିଧାନସଭା ଘେରାଉ କରିଥିଲେ କଂଗ୍ରେସ କର୍ମୀ ଓ ନେତା । ବିକ୍ଷୋଭ ସମୟରେ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଏକାଧିକ ପୋଲିସ କର୍ମଚାରୀ ଓ କଂଗ୍ରେସ କର୍ମୀ ଆହତ ହୋଇଥିଲେ ।
ଏହି ମାମଲାରେ କ୍ୟାପିଟାଲ୍ ଥାନା ପୋଲିସ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମତେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନାଙ୍କ ସମେତ ୫ହଜାରରୁ ଊର୍ଦ୍ଧ୍ବ ନେତା ଓ କର୍ମୀଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ମାତ୍ର ୪ଜଣଙ୍କୁ ଗିରଫ କରିଛି । ଆଇନ ଶୃଙ୍ଖଳା ଦ୍ୱାହିରେ ରାଜନୈତିକ ଅସହିଷ୍ଣୁତାର ଏଭଳି ବିରଳ ଘଟଣା ପରିଲକ୍ଷିତ ହୋଇଛି ।ମହିଳା କଂଗ୍ରେସ ନେତ୍ରୀ ଶ୍ରୀୟାସ୍ମିତା ପଣ୍ଡା ଆଗୁଆ ଜାମିନ ଆବେଦନ କରିଛନ୍ତି। କ୍ୟାପିଟଲ ଥାନାରେ ୧୨୮ ଓ ୧୩୦/୨୦୨୫ ରେ ଆଗୁଆ ଜାମିନ କରିଥିବା ବେଳେ ସନ୍ଧ୍ୟାରେ ଆଉ କିଛି ନେତା ଆଗୁଆ ଜାମିନ ଆବେଦନ କରିବେ ବୋଲି ଜଣାପଡ଼ିଛି।
