Browsing Category

ପାଣିପାଗ

୫ ତାରିଖଠାରୁ ବଢ଼ିବ ବର୍ଷା ।

ଆସନ୍ତା ୫ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପ୍ରଭାବରେ ୫ରୁ ୮ ତାରିଖ ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ

 ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । 

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଫଳରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା। ୨୯ ତାରିଖ ଯାଏଁ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ବୁଧବାର ଠାରୁ ଅନେକ ସ୍ଥାନରେ ବର୍ଷାର ପରିମାଣ ବଢିବ। ରାୟଗଡା ଓ ସୁନ୍ଦରଗଡ ଜିଲାରେ ପ୍ରବଳ ବର୍ଷା

ରାଜ୍ୟରେ ପୁଣି ବଢିବ ତାପମାତ୍ରା ।ପଶ୍ଚିମ ଓଡ଼ିଶାର ଜିଲ୍ଲାରେ ୪୦ଡ଼ିଗ୍ରୀ ଛୁଇଁବା ସମ୍ଭାବନା ରହିଛି।

କାଳବୈଶାଖୀର ପ୍ରଭାବ ତାତିରେ ବ୍ରେକ୍‌ ଲଗାଇଥିଲା । ହେଲେ ଆଗକୁ ପାଗ ପୁଣି ବଦଳିବ । ଫେରିବ ତାତି ଆଉ ଗୁଳୁଗୁଳି । ଗ୍ରୀଷ୍ମପ୍ରବାହ ବି ବହିବ । ଆସନ୍ତା ୧୩ ତାରିଖରୁ ରାଜ୍ୟରେ ତାତି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ୨ ରୁ ୪ ଡିଗ୍ରୀ

ଆଉ ତିନି ଦିନ ବର୍ଷା ପାଇଁ ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ରାଜ୍ୟରେ ବଦଳିଛି ପାଗର ମିଜାଜ। ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଗତକାଲି ରାଜ୍ୟର ଏକାଧିକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ଗରମ ଗୁଳୁଗୁଳିରୁ ମୁକ୍ତି ମିଳିଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟ ଉପରେ ବର୍ତ୍ତମାନ ଏକ ପଶ୍ଚିମା ଝଡ଼ ସକ୍ରିୟ ହୋଇଥିବା ବେଳେ

ଆସନ୍ତା ୨୪ ଘଣ୍ଟା ଯାଏଁ କିଛି ସ୍ଥାନରେ ହିଟୱେଭ୍ ଜାରି ରହିବ। 

ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କଟକ, ଭଦ୍ରକ, ନୟାଗଡ, ମୟୁରଭଞ୍ଜ, କଳାହାଣ୍ଡି ଏବଂ ବୌଦ୍ଧ, ମାଲକାନଗିରି, ନୂଆପଡା, ନବରଙ୍ଗପୁର, କନ୍ଧମାଳ ଏବଂ ବଲାଙ୍ଗୀର

 ଭୁବନେଶ୍ୱର ଏସିଆ ମହାଦେଶର ଷଷ୍ଠ ଉତ୍ତପ୍ତ ସହର 

ପ୍ରଚଣ୍ଡ ଖରାତାତିରେ ସାରା ରାଜ୍ୟ ଛଟପଟ ହେଉଥିବାବେଳେ ରାଜଧାନୀ ଭୁବନେଶ୍ବର ଚଳିତ ବର୍ଷର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଶୁକ୍ରବାର ଏଠାରେ ଦିନ ତାପମାତ୍ରା ୪୩.୫ ଡିଗ୍ରୀ ଛୁଇଁଥିଲା। ଫଳରେ ସହରର ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଥିଲା। ୪୩.୫ ଡିଗ୍ରୀ ସହ ଏସିଆର ଷଷ୍ଠ ସ୍ଥାନରେ

୩ ମାସ ଧରି ରହିବ ଗ୍ରୀଷ୍ମ ଲହର, ଏହି ରାଜ୍ୟରେ ହେବ ଅଧିକ ଗରମ

ଲୋକ ସଭା ନିର୍ବାଚନ ଏପ୍ରିଲ ୧୯ରୁ ଜୁନ୍‌ ୧ ଯାଏ ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏପ୍ରିଲରୁ ଜୁନ୍‌ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୋମବାର ସତର୍କ କରାଇଛି। ତିନିମାସ ଧରି ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ କଲବଲ କରିବ। ଅସ୍ବାଭାବିକ

ରାଜ୍ୟରେ ୭ରୁ ବର୍ଷା ଆରମ୍ଭ

ରାଜ୍ୟରେ ସାମାନ୍ୟ ବଦଳିଛି ପାଗ, ତାତିରୁ ଆଶ୍ୱସ୍ତି ମିଳିଛି । ମଙ୍ଗଳବାର ସକାଳୁ ଅନେକ ସ୍ଥାନରେ ମେଘୁଆ ପାଗ ସମେତ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଉପକୂଳ ଓଡ଼ିଶାରେ ଗୁରୁବାରଠାରୁ ଦିନ ତାପମାତ୍ରା ବଢ଼ିବ

ଆନ୍ଧ୍ର ଉପକୂଳରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟକୁ ଜଳୀୟ ବାଷ୍ପ ଆସୁଥିବାରୁ ପାଗ ମେଘୁଆ ରହିବା ସହ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ତଳେ ରହୁଛି। ତେବେ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ବାୟୁ ପ୍ରବାହର ଦିଗ ପରିବର୍ତ୍ତନ ହେବା ସହ ତାତି ବଢ଼ିବ। ଦିନର

ପୁରୀ ପରେ ଗଞ୍ଜାମ ସୁନାପୁର ବିଚ୍‌କୁ ସମ୍ମାନଜନକ ବ୍ଲୁ ଫ୍ଲାଗ୍‌ ବିଚ୍‌ ର ମାନ୍ୟତା ମିଳିଛି।

ଗଞ୍ଜାମ ଜିଲ୍ଲା ପାଇଁ ଖୁସି ଖବର । ଜିଲ୍ଲାର ସୁନାପୁର ବେଳାଭୂମିକୁ ୨୦୨୩-୨୪ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ପୁରସ୍କାର ପାଇଁ ବିବେଚିତ । ଡେନ୍ ମାର୍କ ସ୍ଥିତ ଫାଉଣ୍ଡେସନ୍ ଫର୍‌ ଏନଭରମେଣ୍ଟ ଏଜୁକେସନ ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ

ଆଗାମୀ ଦୁଇଦିନ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରୀର ସମ୍ଭାବନା 

କିଛି ଦିନର ବର୍ଷା ପରେ ପାଣିପାଗରେ ପରିବର୍ତ୍ତନ ହୋଇଛି। ଆଗାମୀ ୭ ଦିନ ଯାଏଁ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ପବନ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ

ଆହୁରି ୩ଦିନ ବର୍ଷା ଓ କୁହୁଡ଼ି

ରାଜ୍ୟରେ ଗତକିଛି ଦିନ ଧରି ସ୍ଥାନେ ସ୍ଥାନେ ବର୍ଷା ହେବା ସହ ପାଗ କୋହଲା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆସନ୍ତା ୨୭ ତାରିଖ ଯାଏ କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡା,