ମେ ୧୫ ତାରିଖ  ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ ।

ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ । ଭାରତ- ପାକ୍ ଉତ୍ତେଜନା ଭିତରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।ପାକିସ୍ତାନ ସହିତ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ ବିମାନ ଏବଂ ସୁରକ୍ଷା ପ୍ରଭାବିତ ହେଉଥିବାରୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ପାକିସ୍ତାନର ସେନା ଦ୍ୱାରା ଏକ ବିଫଳ ଡ୍ରୋନ ଆକ୍ରମଣ ପରେ ନୂଆଦିଲ୍ଲୀ ଏବଂ ଇସଲାମାବାଦ ମଧ୍ୟରେ ବଢ଼ୁଥିବା ଶତ୍ରୁତାକୁ ଦୃଷ୍ଟିରେ ରଖି ଏହି ବିମାନବନ୍ଦର ବନ୍ଦ ବୃଦ୍ଧି ଏବଂ ବିମାନ ସେବା ବାତିଲ ନିଷ୍ପତ୍ତି ନିଆଯାଇଛି।ନେଇ ଏୟାର ଇଣ୍ଡିଆ ମଧ୍ୟ Xରେ ପୋଷ୍ଟ କରିଛି । ଜମ୍ମୁକାଶ୍ମୀର, ଶ୍ରୀନଗର, ଲେହ, ଯୋଧପୁର, ଅମ୍ରିତସର, ଭୁଜ, ଜାମନଗର, ରାଜକୋଟରୁ ଏୟାର ଇଣ୍ଡିଆ ମଧ୍ୟ ନିଜର ସବୁ ବିମାନ ଚଳାଚଳକୁ ବନ୍ଦ କରିଛି । ଏନେଇ ଅପଡେଟ୍ ପାଇଁ ମଧ୍ୟ ବିଭାଗ ଯାତ୍ରୀଙ୍କୁ ଅନୁରୋଧ କରିଛି ।

You might also like