Champions Trophy 2025: ଲାହୋରରେ ଶୁଭିଲା ଭାରତର ଜାତୀୟ ସଙ୍ଗୀତ

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଚାଲିଛି ଦମଦାର ମ୍ୟାଚ । ଏହି କ୍ରମରେ ଆଜି ଇଂଲଣ୍ଡ-ଅଷ୍ଟ୍ରେଲିଆ ମ୍ୟାଚ ବି ଜାରି ରହିଛି । ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଏହି ମ୍ୟାଚ ଚାଲିଛି । ଏହି ମ୍ୟାଚ ଆରମ୍ଭରେ, ଯେତେବେଳେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଖେଳାଳିମାନେ ଜାତୀୟ ସଙ୍ଗୀତ ପାଇଁ ମଇଦାନରେ ଠିଆ ହୋଇଥିଲେ, ସେତେବେଳେ ଏକ ଚମତ୍କାର ଘଟଣା ଘଟିଥିଲା ଯାହା ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କୁ ତାଜୁବ କରିଦେଇଥିଲା।

ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ପରିବର୍ତ୍ତେ, ଆୟୋଜକମାନେ ଭାରତର ଜାତୀୟ ସଙ୍ଗୀତ ବଜାଇଥିଲେ। ଏହା ପରେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ପାଟିତୁଣ୍ଡ କରିବା ଆରମ୍ଭ କରିଦେଲେ। ଅଧିକାରୀ ଭୁଲ ଜାଣିବା ପରେ ସଙ୍ଗେ ସଙ୍ଗେ ଗୀତକୁ ବଦଳାଇଦିଆଯାଇଥିଲା । ଆଉ ପୁଣି ଅଷ୍ଟ୍ରେଲିଆ ଜାତୀୟ ସଙ୍ଗୀତ ବାଜିଥିଲା । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଆୟୋଜକ ପାକିସ୍ତାନର ଏହା ଏକ ବଡ ଭୁଲ ବୋଲି କୁହାଯାଉଛି ।

You might also like