ମାର୍ଚ୍ଚ ୧୪ ତାରିଖରେ ଆକାଶରେ ଦେଖି ପାରିବେ ବ୍ଲଡ଼ ମୁନ୍ ।

ମାର୍ଚ୍ଚ ୧୪ ତାରିଖରେ ଆକାଶରେ ଦେଖି ପାରିବେ ବ୍ଲଡ଼ ମୁନ୍ । ଏପରି ଦୁର୍ଲଭ ଦୃଶ୍ୟ ସବୁବେଳେ ଦେଖା ଯାଇନଥାଏ। ତେବେ ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିଛି । ହେଲେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଶୁକ୍ରବାର ସକାଳ ୯ ଟା ୨୯ ମିନିଟ୍‌ରୁ ଆରମ୍ଭ ହୋଇ ଅପରାହ୍ଣ ୩ଟା ୨୯ରେ ଶେଷ ହେବ । ଚନ୍ଦ୍ରଗ୍ରହଣ ସକାଳ ସମୟରେ ଲାଗୁଛି ଥିବାରୁ ଏହା ସ୍ପଷ୍ଟ ଯେ ଭାରତରେ ଦୃଶ୍ୟମାନ ହେବ ନାହିଁ । ହୋଲିରେ ଚନ୍ଦ୍ରଗ୍ରହଣ ଲାଗିଥିବାରୁ ଏହା ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି । କାରଣ ଏହି ଚନ୍ଦ୍ରଗ୍ରହଣ ରକ୍ତଚନ୍ଦ୍ର ଭାବରେ ଦେଖାଯିବ । ଚନ୍ଦ୍ରର ରଙ୍ଗ ଲାଲ ଦେଖାଯିବାକୁ ବ୍ଲଡ଼ ମୁନ କୁହାଯାଏ। ଚନ୍ଦ୍ରଗ୍ରହଣରେ ଆଂଶିକ ଭାବେ ସୂର୍ଯ୍ୟଲୋକ ଚନ୍ଦ୍ର ଉପରେ ପଡିଥାଏ। କିନ୍ତୁ ବାୟୁରେ ଥିବା ଧୁଳି, ଗ୍ଯାସ ଓ ଅନ୍ୟ କଣିକା କାରଣରୁ ସୂର୍ଯ୍ୟଙ୍କ ଲାଲ କିରଣ କେତେକାଂଶରେ ଚନ୍ଦ୍ର ପାଖରେ ପହଞ୍ଚିଥାଏ। ଏହି କାରଣରୁ ଚନ୍ଦ୍ରର ରଙ୍ଗ ଲାଲ ଦେଖଯାଇଥାଏ। ମାର୍ଚ୍ଚରେ ବ୍ଲଡ଼ ମୁନ୍ ଅଷ୍ଟ୍ରେଲିଆ, ୟୁରୋପ, ଆମେରିକା ତଥା ପୂର୍ବ ଏସୀୟ ସହର ମାନଙ୍କରେ ଦୃଶ୍ୟମାନ ହେବ।

You might also like