ଓଡ଼ିଶା ମେଡିକାଲ ହେଲ୍ଥ ସର୍ଭିସେସ ଆମେଣ୍ଡମେଣ୍ଟ ରୁଲସ୍ ୨୦୧୭ରେ ପରିବର୍ତ୍ତନ ଅଣାଯିବ।
ଓଡ଼ିଶା ମେଡିକାଲ ହେଲ୍ଥ ସର୍ଭିସେସ (ମେଥଡ୍ ଅଫ୍ ରିକ୍ୟୁଟ୍ମେଣ୍ଟ ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସେସ) ଆମେଣ୍ଡମେଣ୍ଟ ରୁଲସ୍-୨୦୨୫ କରାଯିବ। ଅର୍ଥାତ ଓଡ଼ିଶା ମେଡିକାଲ ହେଲ୍ଥ ସର୍ଭିସେସ ଆମେଣ୍ଡମେଣ୍ଟ ରୁଲସ୍ ୨୦୧୭ରେ ପରିବର୍ତ୍ତନ ଅଣାଯିବ। ଏହାଦ୍ୱାରା ଡାକ୍ତରଙ୍କ ନିଯୁକ୍ତିଠାରୁ ଆରମ୍ଭ କରି ପଦୋନ୍ନତି ପାଇଁ ସ୍ୱତନ୍ତ୍ର ନିୟମ ରହିବ।ଏନେଇ ସୋମବାର ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁଯାୟୀ, ନୂଆ ନିୟମରେ ଗ୍ରେଡ୍ ‘ଏ’ (ଜୁନିୟର ବ୍ରାଞ୍ଚ), ଗ୍ରେଡ୍ ‘ବି’( ସିନିୟର ବ୍ରାଞ୍ଚ), ଜୁନିଅର ଆଡ୍ମିନ୍ଷ୍ଟ୍ରେଟିଭ୍ ଗ୍ରେଡ୍( ଜଏଣ୍ଟ ଡାଇରେକ୍ଟର), ସିଲେକ୍ସନ୍ ଗ୍ରେଡ୍ (ଆଡିସ୍ନାଲ ଡାଇରେକ୍ଟର), ସିନିୟର ଆଡ୍ମିନ୍ଷ୍ଟ୍ରେଟିଭ୍ ଗ୍ରେଡ୍(ସିଡିଏମ୍ ଓ ପିଏଚ୍ଓ) ଓ ସୁପର ଟାଇମ୍ ପେ ଗ୍ରେଡ୍(ଡାଇରେକ୍ଟର କିମ୍ବା ସ୍ପେସାଲ୍ ସେକ୍ରେଟେରୀ) ପଦବିରେ ପଦୋନ୍ନତି କରାଯିବ।
ଏଥିରେ କେବଳ ଗ୍ରେଡ୍ ‘ଏ’ (ଜୁନିୟର ବ୍ରାଞ୍ଚ) ପଦବୀକୁ ବାଦ ଦେଇ ଅନ୍ୟ ପଦବୀରେ ରୁଲ୍ସ୍-୮ ଅନୁଯାୟୀ ପଦୋନ୍ନତି ମିଳିବ। କେବଳ ଗ୍ରେଡ୍ ‘ଏ’ (ଜୁନିୟର ବ୍ରାଞ୍ଚ) ପଦବୀ କ୍ଷେତ୍ରରେ କମିଶନଙ୍କ ଦ୍ୱାରା ପ୍ରତିଯୋଗିତା ମୂଳକ ପରୀକ୍ଷା ଦେବାକୁ ପଡ଼ିବ। କମିଶନଙ୍କ ଦ୍ୱାରା ଦିଆଯାଇଥିବା ପରୀକ୍ଷା ଫଳ ଅନୁଯାୟୀ ଖାଲି ପଦବୀରେ ନିଯୁକ୍ତି ମିଳିବ। ଅନ୍ୟପଟେ ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା । ଏନେଇ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନଥିଲେ ବି ଖୁବଶୀଘ୍ର ଲାଗୁ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆଇଟି ଇଣ୍ଟିଗ୍ରେସନରେ ସମୟ ଲାଗୁଛି । ପୂର୍ବରୁ ଅନୁବନ୍ଧିତ ହସ୍ପିଟାଲ ଗୁଡିକରେ ଯେଉଁ ସଫ୍ଟୱେୟାର ଥିଲା ସେଗୁଡିକୁ ଆଇଟି ଇଣ୍ଟିଗ୍ରେସନ ଜରିଆରେ ନୂଆ ସଫ୍ଟୱେୟାରେ ଲୋଡ୍ କରାଯାଉଛି । ଏବେ କାର୍ଡ ପ୍ରିଣ୍ଟ ଚାଲିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
