ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଏଫଆଇଆର ପରେ କ୍ଷମା ପ୍ରାର୍ଥନା କଲେ

ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ପୋଷ୍ଟକୁ ନେଇ ତାତିଲେ ଛାତ୍ର କଂଗ୍ରେସ । ଅଭିନେତାଙ୍କ ନାଁରେ ଥାନାରେ କଲେ ଲିଖିତ ଅଭିଯୋଗ । କଂଗ୍ରେସର କହିବା କଥା, ସୋସିଆଲ ମିଡିଆରେ ଅଭିନେତା ବୁଦ୍ଧାଦିତ୍ୟ ଆମ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଏକ ବୟାନ ରଖି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋ ସହ ପୋଷ୍ଟ କରିଛନ୍ତି । ତେବେ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଏଫଆଇଆର ପରେ କ୍ଷମା ପ୍ରାର୍ଥନା କଲେ ଅଭିନେତା । ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପରେ ଦୁଇ କଂଗ୍ରେସ ନେତାଙ୍କ ନାଁ ନେଇ ବିବାଦୀୟ ପୋଷ୍ଟ କରିଥିଲେ । ନିଜ ଫେସବୁକ ପୋଷ୍ଟରେ ଦୁଇ କଂଗ୍ରେସ ନେତାଙ୍କୁ ହତ୍ୟା କରିବାକୁ ଲରେନ୍ସ ବିଷ୍ଣୋଇଙ୍କୁ ଅପିଲ କରିଥିଲେ ।