ଓଡ଼ିଶା ପାଇଁ ୩୦,୫୯୫ କୋଟି ଟଙ୍କାର ନିବେଶ ପ୍ରସ୍ତାବ।ପ୍ରମୁଖ କମ୍ପାନୀର ପ୍ରତିନିଧିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ।
ରାଜ୍ୟରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ସୋମବାର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ୧୪ କମ୍ପାନୀ ସହ ୩ହଜାର କୋଟିର ନିବେଶ ଓ ୪୮,୩୯୦ ନିଯୁକ୍ତି ସୃଷ୍ଟି ପାଇଁ ଆଲୋଚନା କରିଛନ୍ତି। ଏଥିସହ ଅତିରିକ୍ତ ୨୭,୫୯୫ କୋଟି ଟଙ୍କାର ୧୧ଟି ଚୁକ୍ତି ସ୍ବାକ୍ଷର ପାଇଁ ଚୂଡ଼ାନ୍ତ ହୋଇଥିବାବେଳେ ୨୭ହଜାର ନିଯୁକ୍ତି ପାଇଁ ବାଟ ଫିଟିଛି। ନିବେଶକଙ୍କୁ ପୁଞ୍ଜିନିବେଶ ପାଇଁ ଓଡିଶାକୁ ଆକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି।ମଙ୍ଗଳବାର ଦ୍ୱିତୀୟ ଦିନରେ ଇଣ୍ଡିଆନ୍ ଅଏଲ୍ କର୍ପୋରେଶନ ଲିମିଟେଡ୍ (ଆଇଓସିଏଲ୍), ପେଟ୍ରୋନେଟ୍ ଏଲ୍ଏନ୍ଜି, ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋକେମିକାଲ ରିଜର୍ଭସ୍ ଲିମିଟେଡ୍ ଓ ଅନ୍ୟାନ୍ୟ କମ୍ପାନୀ ସହ ନିବେଶ ସଂକ୍ରାନ୍ତ ଆଲୋଚନା କରାଯିବ। ଆଇଓସିଏଲ୍ ସହ ଚୁକ୍ତି ପାରାଦୀପରେ ଡୁଆଲ୍ ଫିଡ୍ ନାପଥା କ୍ରାକର ଏବଂ ଡାଉନ୍ଷ୍ଟ୍ରମିମ୍ ୟୁନିଟ୍ ସ୍ଥାପନ ପୂର୍ବକ ଶିଳ୍ପ ଅଭିବୃଦ୍ଧିରେ ସହାୟକ ହେବ। ପୂର୍ବୋଦୟ ଯୋଜନା ଅଧୀନରେ ପୂର୍ବଭାରତ ବିଶେଷକରି ଓଡ଼ିଶାରେ ଥିବା ଶିଳ୍ପ ସମ୍ଭାବନାକୁ ନୂଆରୂପ ଦେବାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସହାୟକ ହେବ ବୋଲି କୁହାଯାଉଛି।
