ଗୋପାଳପୁର ବେଳାଭୂମିରେ ଦୁଷ୍କର୍ମ ମାମଲା: ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ
ଗୋପାଳପୁର ଗଣଦୁଷ୍କର୍ମ ମାମଲା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ସାଜିଛି । ସମସ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଥିବା ବେଳେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ଦଣ୍ଡବିଧାନ କରାଯିବ ବୋଲି କହିଛନ୍ତି ।ଏ ଘଟଣାରେ ମୁଖ୍ୟମନ୍ତ୍ରୀ ପୁଲିସକୁ ସମସ୍ତ ସନ୍ଦିଗ୍ଧ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ, ସ୍ଥାନୀୟ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି । ଏ ଘଟଣାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମ୍ପୃକ୍ତ ଥିବା ସମସ୍ତ ଅପରାଧୀଙ୍କୁ ଧରାଯାଇ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
