ପୁରୀ ପୌରପାଳିକା ହେବ ମହାନଗର ନିଗମ

ପୁରୀ ଆଉ ପୌରାଞ୍ଚଳ ମାନ୍ୟତାରେ ରହିବ ନାହିଁ । ଏଣିକି ମହାନଗର ନିଗମ ହେବ ଜଗନ୍ନାଥ ଧାମ ପୁରୀ । ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି । ପୁରୀ ସହରକୁ ନୂଆ ଢାଞ୍ଚାର ଆବଶ୍ୟକତା ରହିଛି । କ୍ରମବର୍ଧିତ ଜନସଂଖ୍ୟା ଓ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି । ପୁରୀ ପୌରପାଳିକା ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଅସମର୍ଥ ହେବ । ନିକଟବର୍ତ୍ତୀ ପଞ୍ଚାୟତଗୁଡିକ ସହରର ଅଂଶବିଶେଷ ହେବ ।ଏନେଇ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିବା ବେଳେ ତାଙ୍କ ସହ ଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର । ୨୦୩୬ ସୁଦ୍ଧା ପୁରୀ ହେବ ସୁନ୍ଦର, ସବୁଜ ଓ ବିକଶିତ ପୁରୀ । ସମୃଦ୍ଧ ପୁରୀ ବିନା ବିକଶିତ ଓଡ଼ିଶ ସମ୍ଭବ ନୁହଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

You might also like