ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସଫେଇ କର୍ମଚାରୀ ଓ ଡ଼ଙ୍ଗା ଚାଳକଙ୍କୁ ମିଳିବ….

ମହାକୁମ୍ଭ ସମାପ୍ତ ହେବା ପରେ ପ୍ରୟାଗରାଜରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି। ମହାକୁମ୍ଭରେ ନିୟୋଜିତ ଉତ୍ତର ପ୍ରଦେଶର ସଫେଇ କର୍ମଚାରୀମାନଙ୍କୁ ଅତିରିକ୍ତ ୧୦,୦୦୦ ଟଙ୍କାର ବୋନସ ମିଳିବ। ଏହା ବ୍ୟତୀତ ପ୍ରତି ମାସରେ ସର୍ବନିମ୍ନ ୧୬,୦୦୦ ଟଙ୍କା ଦରମା ଘୋଷଣା କରାଯାଇଛି। ମହାକୁମ୍ଭର ସମାଗମ ପରେ ଯୋଗୀ ଡ଼ଙ୍ଗା ଚାଳକଙ୍କ ସହ ଆଲୋଚନା କରିଛନ୍ତି । ସିଏମ କହିଛନ୍ତି ପଞ୍ଜିକରଣ ପରେ ପ୍ରତ୍ୟେକ ଡଙ୍ଗା ଚାଳକଙ୍କୁ ୫ ଲକ୍ଷ ଟଙ୍କାର ବୀମା ଯୋଜନା ଦିଆ ଯିବ। ଡ଼ଙ୍ଗା କିଣିବା ପାଇଁ ଧନରାଶୀ ଦିଆଯିବ। ଯେଉଁମାନଙ୍କ ପାଖରେ ସ୍ବାସ୍ଥ୍ୟବୀମା ନାହିଁ ତାଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।

You might also like