ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍‌ ୨୩ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିବାବେଳେ, ଜୁନ୍‌ ୨୦ରେ ଖୋଲିବ ସମସ୍ତ ସ୍କୁଲ । ଏହି ଅବସରରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଜୁନ୍ ୨୦ ତାରିଖରୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯିବ । ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସବୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଚିଠି କରିଛନ୍ତି । ପ୍ରଧାନ ଶିକ୍ଷକ, ଏସମସିଙ୍କ ଉପସ୍ଥିତିରେ ସିଆରସିସି ଓ ବିଇଓ ଖାଦ୍ୟ ଯାଞ୍ଚ କରିବେ ।

ରୋଷଶାଳାକୁ ସମ୍ପୂର୍ଣ୍ଣ ପରିସ୍କାର ଓ ବିଶୁଦ୍ଧିରଣ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଡିଇଓ, ବିଇଓ ଏବଂ ସିଆରସିସିନିରବଚ୍ଛିନ୍ନ କ୍ଷେତ୍ର ପରିୟଦର୍ଶନ କରି ଯାଞ୍ଚ କରିବେ ।ସବୁ ବିଦ୍ୟାଳୟରୁ ଫୁଡ୍ ଟେଷ୍ଟିଂ ରେଜିଷ୍ଟର ରହିବ । ପିଲାଙ୍କ ଅଭିଭାବକ ବିଶେଷ କରି ମା’ ମାନେ ଖାଦ୍ୟ ଯାଞ୍ଚ କରିପାରିବେ ।

You might also like