ନନ୍ଦନକାନନରେ ୩୫ ବର୍ଷୀୟ ସିମ୍ପାଞ୍ଜି ‘ଜୁଲୁ’ର ମୃତ୍ୟୁ।

ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସୋମବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ବୟସାଧିକ କାରଣରୁ ଜୁଲୁ ନାମକ ସିମ୍ପାଞ୍ଜିର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ଜୁଲୁକୁ ୩୬ ବର୍ଷ ହୋଇଥିଲା। ୧୯୮୮ରେ ସିଙ୍ଗାପୁରରେ ଜୁଲୁ ଜନ୍ମ ନେଇଥିଲା। ୧୯୯୪ରେ ନନ୍ଦନକାନନ ଆସିଥିଲା।ତେବେ ଜୁଲୁରୁ ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ସଂଖ୍ୟା ୭କୁ ଖସି ଆସିଛି। ଏହା ପୂର୍ବରୁ ଗତକାଲି ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ରାକ୍ଷୀ ଏକ ଶାବକକୁ ଜନ୍ମ ଦେଇଥିଲା। ଯାହା ପରେ ନନ୍ଦନକାନନରେ ସମୁଦାୟ ସିମ୍ପାଜୀଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଥିଲା। ମାତ୍ର ଜୁଲୁର ମୃତ୍ୟୁ ପରେ ପୁଣି ଏହି ସଂଖ୍ୟା ୭କୁ ଖସିଆସିଛି।

You might also like