ଜଷ୍ଟିସ୍ ସଂଜୀବ ଖାନ୍ନା ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି |

ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୀନ ଖାନ୍ନା ହୋଇପାରନ୍ତି ପରବର୍ତ୍ତୀ ପ୍ରଧାନ ବିଚାରପତି(ସିଜେଆଇ)। ସିଜେଆଇ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଜଷ୍ଟିସ ଖାନ୍ନାଙ୍କ ନାମ ସୁପାରିସ କରିବା ପରେ ଏ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ଜଷ୍ଟିସ୍ ଖାନ୍ନାଙ୍କ କାର୍ଯ୍ୟକାଳ ୬ ମାସ ରହିବ, ଯେତେବେଳେ କି ମେ ୧୩, ୨୦୨୫ ରେ ସେ ଅବସର ନେବେ।ଜଷ୍ଟିସ୍ ଖାନ୍ନା ୧୯୮୩ ମସିହାରେ ଦିଲ୍ଲୀର ବାର୍ କାଉନସିଲରେ ଓକିଲ ଭାବରେ କାମ ଆରମ୍ଭ କରିଥିଲେ।

ସେ ପ୍ରଥମେ ତିସ୍ ହଜାରି କମ୍ପ୍ଲେକ୍ସ ଜିଲା କୋର୍ଟରେ ଅଭ୍ୟାସ କରିଥିଲେ ଏବଂ ପରେ ଦିଲ୍ଲୀ ହାଇକୋର୍ଟ ଏବଂ ଟ୍ରିବ୍ୟୁନାଲକୁ ଯାଇଥିଲେ।ସିଜେଆଇ ଚନ୍ଦ୍ରଚୂଡ଼ ୨ବର୍ଷର କାର୍ଯ୍ୟକାଳ ସମୟରେ ନ୍ୟାୟିକ ବ୍ୟବସ୍ଥାର କାର୍ଯ୍ୟକାରିତାରେ ଅନେକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ବହୁ ଗୁରୁତ୍ଵପୂର୍ଣ୍ଣ ମାମଲାର ଶୁଣାଣି ବି କରିଛନ୍ତି। ଗତ ସପ୍ତାହରେ କେନ୍ଦ୍ର ସରକାର ସିଜେଆଇଙ୍କୁ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବାକୁ ଜଣାଇଥିଲେ। ଏହା ପରେ ସିଜେଆଇ ଚନ୍ଦ୍ରଚୂଡ଼ ଜଷ୍ଟିସ ଖାନ୍ନାଙ୍କ ନାମ ସୁପାରିସ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଜଷ୍ଟିସ୍‌ ସଞ୍ଜୀବ ଖନ୍ନା ବର୍ତ୍ତମାନ ସୁପ୍ରିମକୋର୍ଟର ବରିଷ୍ଠତମ ନ୍ୟାୟାଧୀଶଙ୍କ ମଧ୍ୟରେ ଅଛନ୍ତି । ନ୍ୟାୟିକ କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି । ଆସନ୍ତା ନଭେମ୍ବର ୮ରେ ବର୍ତ୍ତମାନର ସିଜେଆଇ ଅବସର ଗ୍ରହଣ କରିବା ପରେ ଜଷ୍ଟିସ୍‌ ଖନ୍ନା ପରବର୍ତ୍ତୀ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।